ମନୋରଞ୍ଜନ

ଜାଣନ୍ତୁ ବଚ୍ଚନ ପରିବାର ସଦସ୍ୟଙ୍କ ମଧରୁ ସବୁଠାରୁ ଧନୀ କିଏ? କେତେ ସଂପତ୍ତିର ମାଲିକାଣୀ ନୀଳନୟନା? – bajravana

[ad_1]

ମୁମ୍ବାଇ: ଆଜି ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଏବର୍ଷ ୮୧ତମ ଜନ୍ମଦିନ ପାଳନ କରିବେ ବିଗ୍‌ ବି। ତେବେ ଆପଣ ଜାଣନ୍ତି ଯେ ବଚ୍ଚନ ପରିବାରର ସମସ୍ତ ସଦସ୍ୟ ଜଣେ ଜଣେ ‌ଷ୍ଟାର୍‌। ପତ୍ନୀ ଜୟାଙ୍କଠାରୁ ନେଇ ପୁଅ ଅଭିଷେକ ଓ ବୋହୂ ଐଶ୍ବର୍ଯ୍ୟା କେହି ବି ଛୋଟମୋଟ କଳାକାର ନୁହଁନ୍ତି।

ମାସକୁ ଉଚ୍ଚ ରକମର ଅର୍ଥ ଘରେ ପଶେ। ହେଲେ ଆପଣ ଜାଣନ୍ତି କି ଘରକୁ ସବୁଠାରୁ ଅଧିକ ଟଙ୍କା ବଚ୍ଚନ ସାହେବ ନିଅନ୍ତି। ଅର୍ଥାତ ସମସ୍ତ ସଦସ୍ୟଙ୍କଠାରୁ ଅମିତାଭ ବଚ୍ଚନଙ୍କ ରୋଜଗାର ଅଧିକ। ବଚ୍ଚନ ପରିବାରର ସବୁଠାରୁ ବ୍ୟସ୍ତ ଲୋକ ବି ହେଉଛନ୍ତି ବିଗ୍‌ ବି। ଅମିତାଭଙ୍କ ବାର୍ଷିକ ଆୟ ପ୍ରାୟ ୬୦ କୋଟି ଟଙ୍କା ବୋଲି ରିପୋର୍ଟରୁ ଜଣାପଡ଼ିଛି। ସେ ୩୩୯୦ କୋଟି ଟଙ୍କାର ସଂପତ୍ତିର ମାଲିକ।

ବିଗ୍‌ ବିଙ୍କ ପତ୍ନୀ ଜୟା ଫିଲ୍ମରେ ଖୁବ୍‌ କମ୍‌ ଦିଶୁଛନ୍ତି। ନିକଟରେ ସେ ‘ରକି ଔର ରାନୀ କି ପ୍ରେମ କହାନୀ’ ଫିଲ୍ମରେ ଦେଖିବାକୁ ମିଳିଥିଲେ। ଅଭିନେତ୍ରୀ ହେବା ସାଥେ ସାଥେ ସେ ଜଣେ ସାଂସଦ ମଧ୍ୟ। ତାଙ୍କ ସଂପତ୍ତିର ମୂଲ୍ୟ ୬୪୦ କ‌ୋଟି ଟଙ୍କା। ସେହିପରି ଐଶ୍ବର୍ଯ୍ୟାଙ୍କ ସଂପତ୍ତିର ମୂଲ୍ୟ ୮୧୫ କୋଟି ଟଙ୍କା ‌ହୋଇଥିବା ବେଳେ ଅଭିଷେକ ୩୭୬ କୋଟି ଟଙ୍କାର ମାଲିକ।

‘କୌନ ବନେଗା କରୋଡ଼ପତି’ ସେଟ୍‌ରେ ବିଗ୍‌ ବିଙ୍କ ଜନ୍ମଦିନ ପାଳନ ‌ବେଳେ ସେ ‌ଖୁସିରେ କାନ୍ଦି ପକାଇଛନ୍ତି। ପ୍ରତିବର୍ଷ ପରି ଏବର୍ଷ ବି ‘କେବିସି’ ମଞ୍ଚରେ ବିଗ୍‌ ବିଙ୍କ ଜନ୍ମଦିନ ବଡ଼ ଧୁମ୍‌ଧାମ୍‌ରେ ମନାଯାଇଛି। ଭାରତୀୟ ସିନେ ଇଣ୍ଡଷ୍ଟ୍ରିର ନାମୀଦାମୀ ତାରକାମାନେ ମେଗାଷ୍ଟାର୍‌ଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button