‘ଏନ୍ଏଚ୍ଆର୍ସି’ରେ ପହଞ୍ଚିଲା ପୂର୍ବତନ ବ୍ୟାଙ୍କମିତ୍ର ଭାରତୀ ସିଂ ମାମଲା – bajravana
[ad_1]
ଭୁବନେଶ୍ବର: ମୟୂରଭଂଜ ଜିଲ୍ଲାର ବହୁଚର୍ଚ୍ଚିତ ବ୍ୟାଙ୍କମିତ୍ର ଭାରତୀ ସିଂଙ୍କୁ ଚାକିରିରୁ ନିଲମ୍ବନ ମାମଲା ଜାତୀୟ ମାନବାଧିକାର କମିସନର(ଏନ୍ଏଚ୍ଆର୍ସି)ରେ ପହଞ୍ଚିଛି। ଭାରତୀଙ୍କୁ ନ୍ୟାୟ ଦାବିରେ ଜନୈକ ସାମାଜିକ କର୍ମୀଙ୍କ ପକ୍ଷରୁ ଏନ୍ଏଚ୍ଆରସିରେ ଏହି ଆବେଦନ କରାଯାଇଛି।
ଆବେଦନକାରୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ବିନା କାରଣ ଓ ନୋଟିସରେ ଭାରତୀ ସିଂଙ୍କୁ ନିଲମ୍ବନ କରାଯାଇଥିବାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏହା ମାନବାଧିକାର ଉଲ୍ଲଂଘନ ବୋଲି କୁହାଯାଇଛି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।
ସୂଚନାଯୋଗ୍ୟ, ମୟୂଭରଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ର ଆଦିବାସୀ ମହିଳା ଭାରତୀ ସିଂ ବିଗତ ୪ ବର୍ଷ ହେଲା ବ୍ୟାଙ୍କମିତ୍ର ଭାବେ କାର୍ଯ୍ୟରତ ଥିଲେ। ପରିବାର ସମ୍ଭାଳିବା ସହ ସୂଚାରୁ ଭାବେ ନିଜ କାମ କରୁଥିଲେ, ଯେଉଁଥି ପାଇଁ ତାଙ୍କୁ ବ୍ଲକ୍ସ୍ତରରେ ୨ ଥର ଓ ଜିଲ୍ଲାସ୍ତରରେ ଥରେ ପୁରସ୍କୃତ କରାଯାଇଥିଲା। କୋଭିଡ୍ ମହାମାରୀ ସମୟରେ ଭାରତୀ ନିଜର ଦରମା ଟଙ୍କା ଦାନ କରି ଚର୍ଚ୍ଚାକୁ ଆସିଥିଲେ। ଗତ ୧୧ ତାରିଖରେ ଭୁବନେଶ୍ୱରରେ ଚାଲିଥିବା ମହିଳା ସ୍ୱୟଂ ସହାୟିକାଙ୍କ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ସ୍ଥାୟୀ ଚାକିରି ଓ ଦରମା ବୃଦ୍ଧି ଦାବି ବାବଦରେ ସେ ଗଣମାଧ୍ୟମ ସମ୍ମୁଖରେ ନିଜ ମତ ରଖିଥିଲେ। ଏହା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଦିଆଗଲା।
[ad_2]