କଟକ ବଡ଼ ମେଡିକାଲରେ ବିକଳ ଚିତ୍ର: ଠେଙ୍ଗାରେ ଝୁଲୁଛି ସାଲାଇନ୍ – bajravana
[ad_1]
କଟକ: ଠେଙ୍ଗାରେ ଝୁଲୁଛି ସାଲାଇନ୍। ରୋଗୀଙ୍କୁ ସାଲାଇନ ଦେବା ପାଇଁ ନାହିଁ ଷ୍ଟାଣ୍ଡ। ଫଳରେ ରୋଗୀଙ୍କ ପାଖରେ ସାଲାଇନ ଲଗାଯାଇଥିବା ଠେଙ୍ଗାକୁୁ ଧରି ବସିଛନ୍ତି ତାଙ୍କ ସମ୍ପର୍କୀୟ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଏଭଳି କିକଳ ଚିତ୍ର ଦେଖିବାକୁ ମିଳିଛି କଟକ ବଡ଼ ମେଡିକାଲରେ। ସାଲାଇନ ଲଗାଇବାକୁ ଆଉ କୌଣସି ସୁବିଧା ନପାଇ ରୋଗୀଙ୍କୁ ଏମିତି ଳଗା ଯାଇଛି ସାଲାଇନ୍।
ଜୀବନ ମରଣ ଭିତରେ ଗୁରୁତର ରୋଗୀଙ୍କୁ ଠେଙ୍ଗାରେ ସାଲାଇନ୍ ବୋତଲ ଝୁଲାଇ ଚିକିତ୍ସା କରିବାର ଏଭଳି ଅଭାବନୀୟ ଦୃଶ୍ୟ କଟକ ବଡ଼ ଡାକ୍ତରଖାନାର ଜରୁରୀକାଳିନ ଚିକିତ୍ସା ସେବାକୁ ପଦାରେ ପକାଇଛି। ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ଲାଗି ବେଡ ମିଳିବା ତ ଦୂରର କଥା ସାଲାଇନ ବୋତଲ ଝୁଲାଇବା ପାଇଁ ଷ୍ଟାଣ୍ଡଟିଏ ମିଳୁନାହିଁ।
ବୁଧବାର ରାତିରେ ସାଲାଇନ ଷ୍ଟାଣ୍ଡ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ବାଧ୍ୟ ହୋଇ ଏପରି ଠେଙ୍ଗାର ସାଲାଇନ ବୋତଲ ଝୁଲାଯାଇ ରୋଗୀଙ୍କୁ ଦିଆଯାଇଛି। ଯାହାପରେ ଆଶୁ ଚିକିତ୍ସା ବିଭାଗରେ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ଏବେ ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାର କଟକର ଏସସିବିକୁ ବିଶ୍ବସ୍ତରୀୟ କରିବାର ଯୋଜନା କରୁଥିବା ବେଳେ ଲଇକଣଘଟୁଛି ବଡ଼ ମେଡିକାଲରେ।
[ad_2]