ଓଟିପି ସେୟାରିଂ ଆତଙ୍କୀ ଲିଙ୍କ୍ ମାମଲା: ପାକିସ୍ତାନଠୁ ବିପୁଳ ଟଙ୍କା ପାଇଛି ଇକ୍ବାଲ – bajravana
[ad_1]
ପଠାଣୀକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସ୍ଟିଏଫ୍, ଆଇବି ଓ ଏସ୍ଟିଏଫ୍ର ମାରାଥନ ଜେରା
ଭୁବନେଶ୍ବର: ପାକିସ୍ତାନ ପାଇଁ ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ସାଂଘାତିକ ତଥ୍ୟ ହାତେଇଛି। ଗତ ସେପ୍ଟେମ୍ବର ୧୮ରେ ଆସାମରୁ ଗିରଫ ହୋଇଥିବା ମହମ୍ମଦ ଇକବାଲ୍ ହୁସେନକୁ ଏସ୍ଟିଏଫ୍ ଦିନିକିଆ ରିମାଣ୍ଡରେ ଆଣି ଜେରା କରିବାବେଳେ ସେ କହିଛି ଯେ, ୨୦୧୮ ମସିହାରେ ସେ ବେଙ୍ଗାଲୁରୁରେ ଏକ ହୋଟେଲ୍ରେ କାମ କରୁଥିଲା। ସେଇଠି ପ୍ରଥମେ ଅଭିଜିତ୍ ସଞ୍ଜୟ ଜାମ୍ବୁରେ ସମ୍ପର୍କରେ ଆସିଥିଲା। ପରେ ଅବଦୁଲ ହମିଦ ଓରଫ ଖୁମାର (ପାକିସ୍ତାନୀ ଗୁଇନ୍ଦା ଅଫିସର) ଓ ପଠାଣୀ ସମ୍ପର୍କରେ ଆସିଥିଲା। ପାକିସ୍ତାନକୁ ଗୁଇନ୍ଦା ତଥ୍ୟ ଦେବା ପାଇଁ ସେ ଜାମ୍ବୁରେ ମାଧ୍ୟମରେ ଖୁମାରଠାରୁ ବିଭିନ୍ନ ଆକାଉଣ୍ଟ ଜରିଆରେ ଲକ୍ଷାଧିକ ଟଙ୍କା ନେଇଥିଲା। ତେବେ ବିଭିନ୍ନ ଆକାଉଣ୍ଟ ଯାଞ୍ଚର ତଥ୍ୟ ମୁତାବକ, ସେ ପାଖାପାଖି କୋଟିଏ ଟଙ୍କା ନେଇଥିବା ଜଣାପଡ଼ିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ନିଜ ସମ୍ପର୍କକୁ ଗୋପନ ରଖିବାଲାଗି ସେ ବାରମ୍ବାର ମୋବାଇଲ୍ ସିମ୍ ବଦଳାଉଥିଲା। ଦିନକୁ ୧୦ରୁ ଅଧିକ ସିମ୍ ବଦଳାଇ ସେଥିରୁ କଲ୍ କରି ତଥ୍ୟ ଯୋଗାଉଥିଲା। ପଠାଣୀ ଓ ଜାମ୍ବୁରେ ଗିରଫ ହେବାପରେ ଭୟରେ ସେ ବେଙ୍ଗାଲୁର ଛାଡ଼ି ନିଜ ଗାଁକୁ ପଳାଇଥିଲା। ତା’କୁ ଯେମିତି କେହି ଚିହ୍ନି ନପାରିବେ, ସେଥିପାଇଁ ରିକ୍ସା ଚଳାଇ ନିଜ ବେଶ ଓ ବେଉସା ବଦଳାଇଥିଲା। ଆଜି ଆଇବି ଅଧିକାରୀମାନେ ମଧ୍ୟ ତାକୁ ମାରାଥନ ଜେରା କରିଥିଲେ। ଜେରା ବେଳେ ତା’ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା କୁହା ଯାଉଛି।
ଦରକାର ପଡ଼ିଲେ ତା’କୁ ପୁଣି ଥରେ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡ଼ିଛି। ସେ ହମିଦ୍କୁ ବହୁ ହ୍ବାଟ୍ସଆପ୍ ଆକାଉଣ୍ଟ୍ର ଓଟିପି, ଟ୍ବିଟର, ଫେସ୍ବୁକ, ଇନ୍ଷ୍ଟା, ଟେଲିଗ୍ରାମ ଆକାଉଣ୍ଟ୍ ଓଟିପି ବିକ୍ରି କରିଥିଲା। ଗତ ୨ବର୍ଷ ମଧ୍ୟରେ ସେ ୫୦୦ରୁ ଅଧିକ ସିମ୍ ଓ ୩୭ଟି ମୋବାଇଲ୍ ବ୍ୟବହାର କରିଥିବା ଓଟିପି ସେୟାର କରିଥିଲା। ଏଭଳି ଓଟିପି ସେୟାର କରି ସେ ମାସକୁ ୫୦ ହଜାରରୁ ୬୦ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରୁଥିଲା। କେବଳ ସେ ନୁହଁ, ତା’ଗାଁରେ ଅନେକ ଯୁବକ ଏହି ଓଟିପି ସେୟାରିଂ ବେପାରରେ ସମ୍ପୃକ୍ତ ଥିବା ଜଣା ପଡ଼ିଛି। ସେମାନେ ଓଟିପି ଆକ୍ଟିଭ୍ କରିବା ପରେ ପ୍ରମାଣ ନଷ୍ଟ ପାଇଁ ସିମ୍ଗୁଡ଼ିକୁ ନିକଟସ୍ଥ ନଦୀ ବା ପୋଖରୀରେ ଫୋପାଡ଼ି ଦେଉଥିଲେ। ସମ୍ପୃକ୍ତ ଏହି ଯୁବକମାନଙ୍କୁ ଗିରଫ କରିବାପାଇଁ ଏସ୍ଟିଏଫ୍ ଟିମ୍ ତନାଘନା ଜାରିରଖିଛି।
ସେପଟେ ପଠାଣୀକୁ ରିମାଣ୍ଡରେ ନେବା ପାଇଁ ପଶ୍ଚିମବଙ୍ଗ ଏସଟିଏଫ୍ ସ୍ଥାନୀୟ କୋର୍ଟରେ ଆବେଦନ କରିଛି। ଗୁଡୁ ମୁସଲିମ୍ ଲିଙ୍କ୍ ସଂପର୍କରେ ଅଧିକ ପଚରାଉଚରା ହୋଇପାରେ ବୋଲି ଜଣାପଡ଼ିଛି। କାରଣ ପୂର୍ବରୁ ସିଲିଗୁଡ଼ି ଥାନାରେ ପଠାଣି ନାଁରେ ମାମଲା ରହିଛି। ତା’କୁ ଜେରା ପରେ ଆତଙ୍କୀ ଲିଙ୍କ୍ ନେଇ ଅଧିକ ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି।
ପ୍ରକାଶ ଥାଉ କି, ଏପର୍ଯ୍ୟନ୍ତ ଏସ୍ଟିଏଫ୍ ଏହି ରୢାକେଟ୍ର ମୋଟ୍ ୬ଜଣଙ୍କୁ ଗିରଫ କରିଛି। ମେ’ ୧୪ରେ ପ୍ରଥମେ ରୢାକେଟ୍ର ମୁଖ୍ୟ ନୟାଗଡ଼ ଇଟାମାଟିର ପଠାଣୀ ସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକକୁ ଗିରଫ କରିବା ପରେ ଏହାର ଆତଙ୍କୀ ଲିଙ୍କ୍ ଗୁମର ପଦାକୁ ଆସିଥିଲା। ଏହାପରେ ପୁଲିସ ଜୁନ୍ ୮ରେ ନୟାଗଡ଼ର ପ୍ରଦ୍ୟୁମ୍ନ ସାହୁ ଓ ଜୁନ୍୨୧ରେ ଯାଜପୁର ଜିଲ୍ଲା ବରି ଅଞ୍ଚଳର ପ୍ରୀତମ କରକୁ ଗିରଫ କରିଥିଲା। ସେହିପରି ଜୁନ୍ ୨୯ ତାରିଖରେ ମହାରାଷ୍ଟ୍ରରୁ ଅଭିଜିତ୍ ସଞ୍ଜୟ ଜାମ୍ବୁରେକୁ ଗିରଫ କରାଯାଇଥିଲା। ସେପ୍ଟେମ୍ବର ୧୮ରେ ମହମ୍ମଦ ଇକବାଲ୍ ହୁସେନ୍ ଆସାମରୁ ଗିରଫ ହୋଇଥିଲା। ଇକ୍ବାଲକୁ ଛାଡ଼ି ପୂର୍ବରୁ ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବାପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଜଣା ପଡ଼ିଥିଲା।
[ad_2]