ଓଡିଶା

ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲିଲା – bajravana

[ad_1]

ରେଙ୍ଗାଳି: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍ ଆଜି ସନ୍ଧ୍ୟାରେ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମ୍‌ ଜଳଭଣ୍ଡାରରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଡ୍ୟାମ୍‌ର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ସୂଚନା ମୁତାବକ, ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୪.୫୦ ମିଟର ଏବଂ ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଡ୍ୟାମ୍‌ର ଜଳସ୍ତର ୧୨୩. ୬୬ ମିଟରରେ ପହଞ୍ଚିଥିଲା। ସନ୍ଧ୍ୟା ୬ଟା ୪୭ ମିନିଟ୍‌ରେ ଡ୍ୟାମ୍ କର୍ତ୍ତୃପକ୍ଷ ଡ୍ୟାମ୍‌ର ଗୋଟିଏ ଗେଟ୍‌ (ଗେଟ୍ ନମ୍ବର-୮) ଖୋଲିଥିଲେ।

ସନ୍ଧ୍ୟା ୭ଟା ସୁଦ୍ଧା ରେଙ୍ଗାଳି ଡ୍ୟାମ୍‌ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୨୩. ୬୮ ମିଟର ରହିଛି। ଡ୍ୟାମ୍‌ ଜଳଧାରଣ ସାରଣୀ ଅନୁଯାୟୀ ଏହି ସମୟରେ ୧୨୩.୫୦ ମିଟର ଜଳ ରହିବା କଥା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩୭୩୪.୬୨ ଘନ ମିଟର ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଗୋଟିଏ ଗେଟ୍‌ ଓ ପାୱାର ଚ୍ୟାନେଲ୍‌ ମାଧ୍ୟମରେ ମୋଟ ୧୭୩୪.୪୬ ଘନ ମିଟର ବନ୍ୟାଜଳ ନିଷ୍କାସିତ ହେଉଛି। ପ୍ରତି ଘଣ୍ଟାରେ ୨୬୦ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ ହେଉଛି। ଡ୍ୟାମ୍ ଗେଟ୍ ଖୋଲିବା ସମୟରେ ମୁଖ୍ୟଯନ୍ତ୍ରୀ ସରୋଜ ପାଣିଗ୍ରାହୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଶାନ୍ତ ଦାସ, ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା, କେ. କେ. ବେହେରା, ଉପଖଣ୍ଡ ଅଧିକାରୀ ଶଙ୍କରାନନ୍ଦ ରଣା, ସହକାରୀ ଯନ୍ତ୍ରୀ ଦାଶରଥି ମୁର୍ମୁ, ଜ୍ୟୋତିରଂଜନ ସିଂ, କନିଷ୍ଠଯନ୍ତ୍ରୀ ଲକ୍ଷ୍ମଣ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button