ଅପରାଧ

ବଢ଼ୁଛି ଠକେଇ: ସାଇବରଠୁ ସ୍ବଜନଙ୍କ ପର୍ଯ୍ୟନ୍ତ ସବୁଠି ଠକ – bajravana

[ad_1]

ଫସିଲେ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ର, ଟେଲିଗ୍ରାମ୍‌ରେ ଉଡ଼ିଗଲା ୮ ଲକ୍ଷ

ଭୁବନେଶ୍ବର: ଦିନକୁ ଦିନ ଠକାମି ବଢ଼ିବାରେ ଲାଗିଛି। ପୁଲିସର ସବୁ ଉଦ୍ୟମ ପରେ ବି ସାଇବର ଠକମାନେ ନିୟନ୍ତ୍ରଣକୁ ଆସୁନଥିବା ବେଳେ ଆତ୍ମୀୟସ୍ବଜନମାନେ ବି ନିଜ ଲୋକଙ୍କୁ ଠକିବାରେ ହେଳା କରୁନାହାନ୍ତି। ପରିତାପର କଥା ସବୁଠୁ ବେଶି ଠକାମିର ଶିକାର ହେଉଛନ୍ତି ତଥାକଥିତ ଶିକ୍ଷିତମାନେ। ଠକମାନେ ସେମାନଙ୍କୁ ଟାର୍ଗେଟ୍‌ କରି ଚୂନ ଲଗାଉଛନ୍ତି। ଚଳିତ ମାସ ୧ ଓ ୨ ତାରିଖରେ ରାଜଧାନୀର ବିଭିନ୍ନ ଥାନ‌ା‌ରେ ରୁଜୁହୋଇଥିବା ୫ରୁ ଅଧିକ ଠକେଇ ମାମଲାରୁ ଏହା ସ୍ପଷ୍ଟ। ଜଣେ ଡାକ୍ତରୀ ଛାତ୍ର ଓ ଚାକିରି ଆଶାୟୀ ଠକାମି ଜାଲରେ ଫସିଥିବା ବେଳେ ଜଣେ ବରିଷ୍ଠ ନାଗରିକ ନିଜ ପୁତୁରା ଦ୍ବାରା ଠକାମିର ଶିକାର ହୋଇଥିବା ଜଣାପଡ଼ିଛି।

ଫସିଲେ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ର
ରୁଷ-ୟୁକ୍ରେନ୍‌ ଯୁଦ୍ଧ ପାଇଁ ଅଧାରୁ ଡାକ୍ତରୀ ପଢ଼ା ଛାଡ଼ି ଓଡ଼ିଶା ଫେରିଥିବା ଅବଦୁଲ୍ଲା ମନ୍‌ଜର ଅଲ୍ଲୀ ଖାଁଙ୍କ ଅଭିଯୋଗ ଅନୁସାରେ ସେ ଏମ୍‌ବିବିଏସ୍‌ ଡିଗ୍ରି ପଢ଼ା ଅଧାରୁ ଛାଡ଼ିଥିବାରୁ ପୁଣି କେଉଁଠି ପଢ଼ିବାକୁ ବ୍ୟଗ୍ର ଥିଲେ। ଏକଦା ସେ ବାଲିଅନ୍ତା ଅଲାରପୁର ରଙ୍ଗବଜାର ଅଞ୍ଚଳର ସ୍ବାଧୀନ ମହାପାତ୍ରଙ୍କ ସହ ମିଶିଥିଲେ। ଜର୍ଜିଆର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ତାଙ୍କୁ ଆଡ୍‌ମିସନ କରାଇଦେବାକୁ ସ୍ବାଧୀନ ପ୍ରତିଶ୍ରୁତି ଦେଇଥିଲା। ବିଶ୍ବାସ ଜନ୍ମାଇବାକୁ ସେ ସଂପୃକ୍ତ ବିଶ୍ବବିଦ୍ୟାଳୟର ଅଥରାଇଜେସନ୍ ଲେଟର ଦେଖାଇଥିଲା। ମନ୍‌ଜର ରାଜି ହେବା ସହ ୨ ଦଫାରେ (୨୦୨୨ ଅଗଷ୍ଟ ଓ ୨୦୨୩ ଜାନୁଆରି) ମୋଟ ୨୨୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧ ଲକ୍ଷ ୮୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ୬ ମାସ ପରେ ବି ଜର୍ଜିଆ ବିଶ୍ବବିଦ୍ୟାଳୟରେ ନାମଲେଖା ହୋଇପାରିନଥି‌ଲା। ତେଣୁ ମନ୍‌ଜର ବାରମ୍ବାର ସ୍ବାଧୀନଙ୍କୁ ତାଙ୍କ ଅରିଜିନାଲ୍‌ ‌ଡକ୍ୟୁମେଣ୍ଟ ଓ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ସ୍ବାଧୀନ ପାଲଟା ଗାଳିଗୁଲଜ କରିବାରୁ ମନ୍‌ଜର ବଡ଼ଗଡ଼ ଥାନ‌ାରେ ଅଭିଯୋଗ କରିଛନ୍ତି ଓ ପୁଲିସ ତଦନ୍ତ ଆରମ୍ଭ କରିଛି।

ଟେଲିଗ୍ରାମ୍‌ରେ ଉଡ଼ିଗଲା ୮ ଲକ୍ଷ
ଜଣେ ଯୁବକ ଟେଲିଗ୍ରାମ୍‌ ଠକାମିର ଶିକାର ହୋଇ ୮ ଲକ୍ଷ ଟଙ୍କା ହରାଇଥିବା ନେଇ ଭୁବନେଶ୍ବର ସାଇବର କ୍ରାଇମ୍‌ ଏବଂ ଇକୋ‌ନୋମିକ୍ ଅଫେନ୍ସ୍‌ରେ ଅଭିଯୋଗ କରିଛନ୍ତି। ପୁରୀ କେନାଲ୍‌ ରୋଡ୍‌ରେ ରହୁଥିବା ସୁମିତ କୁମାର ସାହୁଙ୍କ ଅଭିଯୋଗ ଅନୁସାରେ ସେ ବିଭିନ୍ନ ସମୟରେ ଅନ୍‌ଲାଇନରେ ଚାକିରି ଖୋଜୁଥିଲେ। ସେପ୍ଟେମ୍ବର ୧ ତାରିଖରେ ତାଙ୍କ ହ୍ବାଟସ୍ଆପକୁ ପାର୍ଟ ଟାଇମ୍ ଜବ୍ ପାଇଁ ଏକ ମେସେଜ୍‌ ଆସିଥିଲା। ଏହାପରେ ସେ ବିଭିନ୍ନ ଲିଙ୍କ୍‌ ମାଧ୍ୟମରେ @ଦିପ୍ତୀ, @ବିଶାଲ୍‌ ସିଂ ଆଦି ଟେଲିଗ୍ରାମ୍‌ରେ ଯୋଡ଼ି ହୋଇଥିଲେ। ଆରମ୍ଭରୁ ସୁମିତଙ୍କୁ କିଛି ଟଙ୍କା ମିଳୁଥିଲା। ଫଳରେ ତାଙ୍କ ଲୋଭ ବଢ଼ିଥିଲା ଏବଂ ତେଣୁ ସେ ଠକ କଥାରେ ଭଳି ଯାଇ ୮ ଲକ୍ଷ ୩୦ ହଜାର ଟଙ୍କା ଡିପୋଜିଟ୍ କରିଦେଲେ। ଏହାପରେ ତାଙ୍କୁ ଆଉ କିଛି ରିଟର୍ଣ୍ଣ ମିଳିନଥିଲା। ସେ ଏକ ଫ୍ରଡ୍ କମ୍ପାନିର ଶିକାର ହେବା ଜାଣିବାକୁ ପରେ ୧ ତାରିଖରେ ଥାନାରେ ଅଭିଯୋଗ କରିଛନ୍ତି।

ବଡ଼ବାପାକୁ ଚୂନ ଲଗାଇଲା ପୁତୁରା
ବରିଷ୍ଠ ନାଗରିକ ତଥା ନିଜର ବଡ଼ବାପାକୁ ଚୂନ ଲଗାଇଛନ୍ତି ତାଙ୍କ ପୁତୁରା ଓ ପୁତୁରା ବୋହୂ। ଶାରୀରିକ ଅସୁସ୍ଥତାର ଫାଇଦା ଉଠାଇ ତାଙ୍କ ଜୀବନର ସବୁ ସଞ୍ଚିତ ଅର୍ଥକୁ ଲୁଟି ନେଇଛନ୍ତି। ଏନେଇ‌ ଅବସରପ୍ରାପ୍ତ ସରକାରୀ ଅଧିକାରୀ ଜଗନ୍ନାଥ ମଲ୍ଲିକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଶାରୀରିକ ଅସୁସ୍ଥତା କ‌ାରଣରୁ ସେ ଗତ ଜୁନ୍‌ ମାସରୁ ଯାଜପୁରସ୍ଥିତ ନିଜ ପୁତୁରାଙ୍କ ଘରେ ରହୁଥିଲେ। ଏହି ରହଣି ମଧ୍ୟରେ ତାଙ୍କୁ ଫୁସୁଲାଇ ପୁତୁରା ଓ ତା’ ସ୍ତ୍ରୀ ତାଙ୍କୁ ଏକ ଆଣ୍ଡ୍ରଏଡ୍ ଫୋନ୍‌ ଦେବା ସହ ସେଥିରେ ଫୋନ୍‌ ପେ’ ଇନ୍‌ଷ୍ଟଲ୍ କରାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଟଚ୍ କରିଦେଇଥିଲେ। ମାତ୍ର ସେ ଆଣ୍ଡ୍ରଏଡ୍ ଫୋନ୍‌ ବ୍ୟବହାର ଜାଣିନଥିବାରୁ ପୁତୁରା ଓ ପୁତୁରା ବୋହୂ ବ୍ୟାଙ୍କ କାରବାର ବୁଝୁଥିଲେ। ଏହି ମଉକାରେ ତାଙ୍କ ନିଜସ୍ବ ଆକାଉଣ୍ଟରୁ ସେମାନେ ସବୁ ଟଙ୍କା ଲୁଟିନେଇଛନ୍ତି ବୋଲି ଜଗନ୍ନ‌ା‌ଥ ଅଭି‌ଯୋଗ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button