ଓଡିଶା

ସମ୍ପାଦକ ପଦ ଛାଡିଲେ ସୌମ୍ୟ – bajravana

[ad_1]

ସମ୍ବାଦର ସମ୍ପାଦକ ପଦ ଛାଡିଲେ ସୌମ୍ୟ ରଞ୍ଜନ ପଟ୍ଟନାକ । ଲୋନ୍ ଠକେଇ ଅଭିଯୋଗ ପରେ ବଢ଼ିଥିଲା ସୌମ୍ୟଙ୍କ ପାଇଁ ଅଡୁଆ । ଇଓଡବ୍ଲ୍ୟୁରେ ମାମଲା ରୁଜୁ ପରେ ଜାରି ରହିଛି ତନାଘନା । ଏହି ମାମଲାରେ ଅନେକଙ୍କ ପଚରାଉଚରା ମଧ୍ୟ ଜାରି ରହିଛି । ଲୋନ ଠକେଇ ମାମଲାରେ ଏଯାଏଁ ଚୁପ ରହିଛନ୍ତି ସୌମ୍ୟ । ଦୀର୍ଘ ବର୍ଷ ଧରି ସମ୍ପାଦକ ଭାବରେ ଦାୟିତ୍ୱ ତୁଲାଇ ଆସୁଥିଲେ ସୌମ୍ୟ ପଟ୍ଟନାୟକ । ଯାହାକି ଏବେ ସୌମ୍ୟଙ୍କ ସମ୍ପାଦକ ପଦ ଛାଡିବାର ସମକୁ ନେଇ ଚର୍ଚ୍ଚା ହେଉଛି । ତେବେ କର୍ମଚାରୀଙ୍କ ନାଁରେ ଲୋନ ଠକେଇ ମାମଲାରେ ଛନ୍ଦି ହେବା ପରେ ପରେ ସୌମ୍ୟଙ୍କର ଅଚାନକ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା ହେଉଛି । ଜନବିରୋଧୀ କହି ସୌମ୍ୟଙ୍କୁ ବହିସ୍କାର କରିଛି ବିଜେଡି । କ୍ରାଇମବ୍ରାଞ୍ଚ ଏବଂ ଇଓଡବ୍ଲୁ ର କିଛି ପୂର୍ବତନ କର୍ମଚାରୀ ଲୋନ ଠକେଇ ନେଇ ଅଭିଯୋଗ କରିବା ପରେ ମାମଲା ରୁଜୁ ହେବା ସହିତ ତନାଘାନା ବି ଜାରି ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button