ମନୋରଞ୍ଜନ

ବିବାହ ଦିନ ଅତିଥିଙ୍କୁ କେବଳ ଏତିକି ଟଙ୍କା ଦେବାକୁ କହିଥିଲେ ରାଘନୀତି – bajravana

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ାଙ୍କ ବିବାହ ଉଦୟପୁରର ‘ଲୀଲା ପ୍ୟାଲେସ’ ହୋଟେଲରେ ରାଜକୀୟ ଶୈଳୀରେ ହୋଇଥିଲର। ଏହି ସମୟରେ ନବ ବିବାହିତ ଦମ୍ପତିଙ୍କୁ ଉପହାର ରୂପେ ଯାହା ମିଳିଥିଲା, ତାହା ଏବେ ସାମ୍ନାକୁ ଆସିଛି।

ଜାତୀୟ ଗଣମାଧ୍ୟମ ପିଙ୍କଭିଲ୍ଲା ରିପୋର୍ଟ ଅନୁଯାୟୀ, ‘ରାଘନୀତି’ ଉପହାର ପାଇଁ ଏକ ସ୍ୱତନ୍ତ୍ର ନୀତି ଆପଣାଇଥିଲେ। ଅତିଥିମାନଙ୍କଠାରୁ କୌଣସି ପ୍ରକାରର ଉପହାର ଗ୍ରହଣ କରିବାକୁ ସେ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ। ଏପରିକି ‘ମିଲନି’ ପାଇଁ କେବଳ ଶଗୁନ୍ ଦେବାକୁ ଅନୁମତି ଦିଆଯାଇଥିଲା। କେବଳ ଏତିକି ନୁହେଁ, ଶଗୁନ୍ ଦେବା ପାଇଁ ରାଶି ମଧ୍ୟ ସ୍ଥିର କରାଯାଇଥିଲା। ବିବାହ ଅତିଥିମାନେ ନବ ବିବାହିତ ଦମ୍ପତିଙ୍କୁ ମାତ୍ର ୧୧ଟଙ୍କା ଶଗୁନ୍ ଦେଇପାରିବେ। ଏହାଠାରୁ ଅଧିକ ନୁହେଁ ବୋଲି ସ୍ପଷ୍ଟ କରିଥିଲେ ଦମ୍ପତି। କୁହାଯାଉଛି ଯେ, ୧୧ଟଙ୍କାର ଶଗୁନ ବ୍ୟତୀତ ରାଘବ ଏବଂ ପରିଣୀତି ସେମାନଙ୍କ ଦାମ୍ପତ୍ୟ ଜୀବନ ପାଇଁ ଅତିଥିଙ୍କୁ ଆଶୀର୍ବାଦ ମାଗିଥିଲେ।

ତେବେ ବିବାହ ପାଇଁ ବରଯାତ୍ରୀଙ୍କୁ ନେଇ ରାଘବ ଡଙ୍ଗାରେ ଯାଇଥିବା ଦେଖାଯାଇଥିଲା। ଡଙ୍ଗାକୁ ଖୁବ ସୁନ୍ଦର ଭାବେ ସଜାଯାଇଥିବା ବେଳେ ସମସ୍ତ ବରଯାତ୍ରୀ ଡଙ୍ଗାରେ ଲୀଲା ପ୍ୟାଲେସ ହୋଟେଲରେ ପହଞ୍ଚିଥିଲେ। ଦୁହିଁଙ୍କ ବିବାହରେ ଅନେକ ବଡ଼ ବଡ଼ କଳାକାର ଓ ରାଜନେତା ଯୋଗ ଦେଇଥିଲେ। ଏହା ସହ ପରୀଙ୍କ ଭଲ ବନ୍ଧୁ ଭାବେ ଜଣାଶୁଣା ତଥା ଲୋକପ୍ରିୟ ଟେନିସ୍ ତାରକା ସାନିଆ ମିର୍ଜା ମଧ୍ୟ ବିବାହରେ ଯୋଗ‌ ଦେଇଥିବା ଦେଖାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button