‘ଆରଆରଆର’ ଓ ‘ପୁଷ୍ପା’ ଭଳି ଫିଲ୍ମ ଦେଖିବାକୁ ଚେଷ୍ଟା କରି ବି ଦେଖିପାରିଲିନି: ନସିରୁଦ୍ଦିନ ଶାହା – bajravana
[ad_1]
ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହା ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସେ ଏବେକାର ଚଳଚ୍ଚିତ୍ର ବିଷୟରେ ନିଜର ମତାମତ ଦେଇ କିଛି ଦିନ ତଳେ ବିବାଦରେ ଥିବା ବେଳେ ଏବେ ପୁଣି ଥରେ ସେ ୨ଟି ଫିଲ୍ମକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ‘ଆରଆରଆର’ ଏବଂ ‘ପୁଷ୍ପା’ ଦେଖିବାକୁ ଚେଷ୍ଟା କରିଥିଲେ କିନ୍ତୁ ଦେଖିପାରିନଥିଲେ ବୋଲି କହିଛନ୍ତି।
ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଆରଆରଆର’ ଏବଂ ‘ପୁଷ୍ପା’ ଦେଖିବାକୁ ଚେଷ୍ଟା କରିଥିଲେ କିନ୍ତୁ ଦେଖିପାରିଲି ନାହିଁ। ମୁଁ ଜାଣିପାରୁନାହିଁ ଯେ ଯୁବପିଢ଼ିମାନେ ଏଭଳି ଫିଲ୍ମ ଦେଖି ପାଉଛନ୍ତି କ’ଣ। କାରଣ ଏହି ଫିଲ୍ମରୁ ଶିଖିବା ଭଳି କିଛି ନାହିଁ। ହେଲେ ମୋର ଆଜିକାର ଯୁବପିଢ଼ିମାନଙ୍କ ଉପରେ ପୂରା ଭରସା ଅଛି ଯେ, ସେମାନେ ‘ରାମପ୍ରସାଦ କି ତେରହବି’ ଏବଂ ‘ଗୁଲମୋହର’ ପରି କ୍ଷୁଦ୍ର ଚଳଚ୍ଚିତ୍ରକୁ ପସନ୍ଦ କରିବେ। ମୁଁ ‘ଆରଆରଆର’ ଏବଂ ‘ପୁଷ୍ପା’ ଦେଖିନାହିଁ ସତ, ହେଲେ ମଣି ରତ୍ନମଙ୍କ ଫିଲ୍ମ ପୂରା ଦେଖିଛି। ସେ ଜଣେ ଭଲ ଫିଲ୍ମ ନିର୍ମାତା। ତାଙ୍କ ଫିଲ୍ମରେ କୌଣସି ଆଜେଣ୍ଡା ନଥାଏ।
ତେବେ ଏହା ପୂର୍ବରୁ ଫିଲ୍ମ ‘ଦି କେରଳ ଷ୍ଟୋରୀ’କୁ ନେଇ ନସିରୁଦ୍ଦିନ କହିଥିଲେ, “ମୁଁ ଏହି ଚଳଚ୍ଚିତ୍ର ଦେଖି ନାହିଁ ଏବଂ ମୁଁ ଏହା ଦେଖିବାକୁ ମଧ୍ୟ ଇଚ୍ଛା କରେ ନାହିଁ। କାରଣ ମୁଁ ଏହା ବିଷୟରେ ବହୁତ କିଛି ପଢ଼ି ସାରିଛି। ‘ଦି କେରଳ ଷ୍ଟୋରୀ’ ଭଳି ଫିଲ୍ମ ସଫଳ ହେବା ଦେଶ ପାଇଁ ବିପଦ। ଆମେ ନାଜି ଜର୍ମାନୀ ଆଡକୁ ଯାଉଛେ, ଯେଉଁଠାରେ ହିଟଲରଙ୍କ ସମୟରେ ମୁଖ୍ୟ ନେତାଙ୍କ ମାଧ୍ୟମରେ ଚଳଚ୍ଚିତ୍ର ନିର୍ମାତା ନିଯୁକ୍ତ କରାଯାଉଥିଲେ। ଏହା ଦ୍ବାରା ନିର୍ମାତା ତାଙ୍କ ଚଳଚ୍ଚିତ୍ରରେ ସରକାରଙ୍କୁ ପ୍ରଶଂସା କରିବା ସହ ଦେଶବାସୀଙ୍କ ପାଇଁ ସେ କ’ଣ କରିଛନ୍ତି ତାହା ଦେଖାଉଥିଲେ। ଏବେ ଭାରତରେ ସେଭଳି ଟ୍ରେଣ୍ଡ ଆରମ୍ଭ ହୋଇଛି।”
[ad_2]