ଓଡିଶା

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୃହରକ୍ଷୀଙ୍କ ମୃତ  – bajravana

[ad_1]

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଛତ୍ରମଣ୍ଡଳ ଗ୍ରାମର ବିକ୍ରମ ହେମ୍ବ୍ରମ (୩୪) ଗୋରୁମହିଷାଣୀ ଥାନାରେ ଗୃହରକ୍ଷୀ ଭାବେ ଚାକିରି କରୁଥିଲେ। ଆଜି ସେ ତାଙ୍କର ଘରେ ବିଦ୍ୟୁତ୍ ବୋର୍ଡ ମରାମତି କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ ସେଠାରେ ସେ ଟଳି ପଡ଼ିଥିଲେ । ପରିବାର ଲୋକେ ପ୍ରଥମେ ଗୋରୁମହିଷାଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ରାଇରଙ୍ଗପୁର ଉପଖଣ୍ଡ ଚିକି୍ସାଳୟରେ ଭର୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ୍ ଘଷଣ। କରିଥିଲେ। ସୁଚନା ଅନୁଯାୟୀ ବିକ୍ରମ ହେମ୍ବ୍ରମ ଗୋରୁମହିଷାଣୀ ଥାନାରେ ଅକ୍ଟୋବର ୨୦୦୬ ମସିହାରୁ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ଅକାଳ ବିୟୋଗରେ ଗୋରୁମହିଷାଣୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button