ଅପରାଧ

ସନ୍ଦେହ ହେବାରୁ ପୁଲିସ୍‌କୁ ଖବର ଦେଲେ ଗାଁ ଲୋକ: ବନ୍ଦ ଘରୁ ମାଟି ତଳୁ ବାହାରିଲା ମହିଳାଙ୍କ ମୃତଦେହ – bajravana

[ad_1]

କାନପୁର: ଉତ୍ତରପ୍ରଦେଶର କାନପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠା‌ରେ ଜଣେ ମହିଳାଙ୍କୁ ଅଭିଯୁକ୍ତ ହତ୍ୟା କରିବା ପରେ ଘର ଭିତରେ ମାଟି ଖୋଳି ପୋତି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମହିଳାଙ୍କୁ ଘର ଭିତରେ ପୋତି ଦେଇ ଘରେ ତାଲା ଲଗାଇ କେଉଁଆଡ଼କୁ ପଳାଇ ଯାଇଥିଲେ। କିଛି ଦିନ ପରେ ଘର ଭିତରୁ ପଚା ଗନ୍ଧ ଆସିବାରୁ ସତ ବାହାରକୁ ଆସିଥିଲା।

ଘର ଭିତରୁ ଗନ୍ଧ ଆସିବାରୁ ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ସେଠାରେ ପହଞ୍ଚି ମୃତଦେହକୁ ମାଟି ତଳୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି। ତେବେ ଅଭିଯୁକ୍ତ ଏବେ ପର୍ଯ୍ୟନ୍ତ ଫେରାର୍‌ ଥିବା ବେଳେ ପୁଲିସ୍‌ ଖୋଜାଖୋଜି କରିବା ଆରମ୍ଭ କରିଦେଇଛି।

ମାମଲା କାନପୁରର କକବନ ଅଞ୍ଚଳର। ପେସାରେ ମିଠା ତିଆରି କାମ କରୁଥିବା ଘନଶ୍ୟାମ ଶୁକ୍ଳା ନିଜ ଗାଁରେ ଥିବା ଏକ ଘରକୁ ଅଧିକାଂଶ ସମୟରେ ଆସୁଥିଲେ। ତାଙ୍କ ସହ ଅଞ୍ଜଳି ନାମରେ ଜଣେ ମହିଳା ବି ଆସୁଥିଲେ। ସେ ଯେବେ ବି ଆସୁଥିଲେ ଅଞ୍ଜଳିଙ୍କୁ ସାଙ୍ଗରେ ନେଇ ଆସୁଥିଲେ।

ଗତ ରବିବାର ଦିନ ଅଚାନକ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ଗାଁ ଲୋକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସିବାରୁ ଘର ଭିତର ମାଟିତଳୁ ଜଣେ ମହିଳାଙ୍କ ଶରୀର ଜବତ ହୋଇଛି। ଶୁଣାଯାଉଛି ଯେ ଘନଶ୍ୟାମ କୁଆଡ଼େ ବର୍ଷେ ତଳେ ଅଞ୍ଜଳିଙ୍କୁ ବିବାହ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button