ଦେଶ ବିଦେଶ

ରାଘବ ଚଢ଼ାଙ୍କ ବିବାହ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଲେ ଅକାଳୀ ଦଳ ଅଧ୍ୟକ୍ଷ – bajravana

[ad_1]

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଇତିମଧ୍ୟରେ ଅକାଳୀ ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଏହି ବିବାହକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ସୁଖବୀର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପଚାରିଛନ୍ତି ଯେ, ରାଘବ ଚଢ଼ା ପ୍ରତିମାସ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରନ୍ତି କିନ୍ତୁ ଯେଉଁ ସ୍ଥାନରେ ତାଙ୍କ ବିବାହ ହୋଇଛି ତା’ର ମୂଲ୍ୟ ପାଖାପାଖି ୧୦ରୁ ୧୫ କୋଟି ଟଙ୍କା ହେବ । ଏହି ଦେୟ କ’ଣ ପଞ୍ଜାବ ସରକାରଙ୍କ ଫଣ୍ଡରୁ ଦିଆଯାଇଛି ନା ଅନ୍ୟ କେଉଁଠୁ ଆସିଛି ପଞ୍ଜାବ ସରକାର ଏହାର ଜବାବ ଦେବା ଉଚିତ । ପଞ୍ଜାବର ଅର୍ଥକୁ ଠିକ୍ ଭାବେ ବ୍ୟବହାର କରାଯାଉ ନାହିଁ । ମୁଖ୍ୟମନ୍ତ୍ରୀ ମାନ ହେଉଛନ୍ତି ଜଣେ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ରାଘବ ଚଢ଼ା ଉଦୟପୁରର ଏକ ବିଳାସପୂର୍ଣ୍ଣ ହୋଟେଲରେ ଗତକାଲି ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉକ୍ତ ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button