ଖେଳ ଖବର

ଅପହରଣ ହେଲେ କପିଲ ଦେବ ! ଭାଇରାଲ ହେଲା ଫଟୋ – bajravana

[ad_1]

ନୂଆଦିଲ୍ଲୀ: ଅପହରଣ ହେଲେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ କପିଲ ଦେବ। ପୂର୍ବତନ କ୍ରିକେଟରଙ୍କର ଏକ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କ ପାଟିରେ କପଡା ବନ୍ଧାଯାଇଥିବା ସହ ହାତ‌କୁ ଦଉଡି ସାହାଯ୍ୟରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ତାଙ୍କର ଏଭଳି ଫଟୋ ଭାଇରାଲ ହେବା ପ‌ରେ କ୍ରିକେଟର ଗୌତମ ଗମ୍ଭୀର ଚିନ୍ତା ବ୍ୟକ୍ତ କରି ଆଶା କରୁଛି କପିଲ ପାଜି ଭଲ ଥିବେ ବୋଲି ଲେଖିଛନ୍ତି।

ତେବେ କପିଲ ଦେବଙ୍କୁ ନେଇ ଏକ୍ସରେ ଏଭଳି ପୋଷ୍ଟ କରିବା ପରେ ଗୌତମ ଗମ୍ଭୀର ଆଉ ଏକ ପୋଷ୍ଟ କରି ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କପିଲ ଦେବଙ୍କୁ ଏକ ଚେୟାରରେ ବସାଯାଇଛି। ଭିଡିଓଟିକୁ ପୂରା ଦେଖିବା ପରେ ଏହା ଏକ ବିଜ୍ଞାପନର ଭିଡିଓ ଏବଂ କପିଲ ଦେବ ଏଥିରେ ଅଭିନୟ କରିଥିବା ଜଣାପଡ଼ୁଛି।

ବିଜ୍ଞାପନ ପାଇଁ କପିଲ ଦେବ ପାଟିରେ କପଡା ବାନ୍ଧିବା ସହ ହାତ‌କୁ ଦଉଡି ସାହାଯ୍ୟରେ ବାନ୍ଧିଥିବା ଜଣାପଡ଼ିଛି। ତେବେ ବିଜ୍ଞାପନଟି ଆଇସିସି ପୁରୁଷ କ୍ରିକେଟ ବିଶ୍ବକପର। ହଟଷ୍ଟାରରେ ଆଇସିସି ପୁରୁଷ କ୍ରିକେଟ ବିଶ୍ବକପର ପ୍ରସାରଣ ହେବ ବୋଲି ଜଣାଇବା ପାଇଁ ହଟଷ୍ଟାର ପକ୍ଷରୁ ଏହି ବିଜ୍ଞାପନର ସୁଟିଂ କରାଯାଇଥିଲା। ‌

ବିଜ୍ଞାପନରେ କପିଲ ଦେବଙ୍କୁ ଅପହରଣ କରାଯିବାର ଦୃଶ୍ୟ ରହିଥିବା ବେଳେ ସୁଟିଂ ସମୟର କିଛି ଫଟୋ ଭାଇରାଲ ହେବାରୁ କପିଲ ଦେବଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଯାଇଥିଲେ। ହେଲେ ପରେ ଗୌତମ ଗମ୍ଭୀର ସମସ୍ତଙ୍କ ଚିନ୍ତା ଦୂର କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button