ଓଡିଶା
ନଳକୂପ ସଜାଡ଼ିବାର କ୍ଷମତା ସରପଞ୍ଚଙ୍କର ନାହିଁ: ସରପଂଚ ସଂଘ – bajravana
[ad_1]
ଭୁବନେଶ୍ୱର: ଗତ ୧୫ ତାରିଖରେ ୧୫ ଦଫା ଦାବି ନେଇ ସରପଞ୍ଚ ମହାସଂଘ ଆନ୍ଦୋଳନ କରିଥିବାବେଳେ ଆଉ ଗତକାଲି ଠାରୁ ଲୋୟର ପିଏମଜି ରେ ନିଜର ଦାବି ନେଇ ବସିଛି ସଂଘ । ମୌଳିକ ଅଧିକାର ସମେତ ସରପଞ୍ଚମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦାବି ନେଇ ରାଜ୍ୟର ସରପଞ୍ଚମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ଆନ୍ଦୋଳନରତ ସରପଂଚଙ୍କ କହିବା କଥା ଯେ ନିୟମ ଅନୁଯାୟୀ କିଭଳି ନିଜ ପଞ୍ଚାୟତ ଅନ୍ତର୍ଗତ ଅଞ୍ଚଳଗୁଡିକର ଉନ୍ନତିମୂଳକ କାର୍ଯ୍ୟ କରାଯିବ ଏଥିପାଇଁ ସରପଞ୍ଚମାନଙ୍କଠାରୁ ଆଶା କରାଯାଏ । ଅନ୍ୟପକ୍ଷରେ ସରପଞ୍ଚ ଜଣେ ଲୋକପ୍ରତିନିଧି ହୋଇଥିବାରୁ ତାଙ୍କଠାରୁ ଲୋକମାନେ ଆଶା ମଧ୍ୟ କରନ୍ତି । କିନ୍ତୁ ଦୁଃଖର ବିଷୟ ନିଜ ପଞ୍ଚାୟତରେ ନଳକୂପ ଟିଏ ଖରାପ ହୋଇଥିଲେ ସଜାଡ଼ିବା କ୍ଷମତା ସୁଦ୍ଧା ନାହିଁ ବୋଲି ସରପଞ୍ଚମାନେ ଅଭିଯୋଗ କରିଛନ୍ତି ।
[ad_2]