ଝିଅ ଜନ୍ମ ହେବା ପରଠାରୁ ୫-୬ ଥର କାନ୍ଦି ସାରିଲେଣି ରାହୁଲ ବୈଦ୍ୟ – bajravana
[ad_1]
ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଯୋଡି ମଧ୍ୟରୁ ଦିଶା ପରମାର ଏବଂ ରାହୁଲ ବୈଦ୍ୟ ଅନ୍ୟତମ। ନିକଟରେ ଦୁହେଁ ବାପା ଓ ମା’ ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି। ଏବେ ରାହୁଲଙ୍କୁ ନେଇ ଏକ ଖବର ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଖବର ମୁତାବକ, କନ୍ୟା ସନ୍ତାନର ସୌଭାଗ୍ୟ ପ୍ରାପ୍ତି ହେବା ପରେ ଖୁସିରେ ୫-୬ ଥର କାନ୍ଦି ସାରିଲେଣି।
ତାଙ୍କ ଆଖିରୁ ଖୁସିର ଲୁହ ବନ୍ଦ ହେଉନାହିଁ। ରାହୁଲ କହିଛନ୍ତି କି ଗଣେଶ ପୂଜାରେ ଝିଅ ରୂପରେ ଲକ୍ଷ୍ମୀ ତାଙ୍କ ଘରକୁ ଆସିଛନ୍ତି। ଦିଶାଙ୍କ ପ୍ରସବ ପରେ ରାହୁଲ ଏକ ଶିଶୁ କନ୍ୟା ଜନ୍ମ ଖବର ଶୁଣି ଅତ୍ୟନ୍ତ ଭାବପ୍ରବଣ ହୋଇଗଲେ। ବୋଧହୁଏ ପିତା ନିଜ ଝିଅକୁ ନେଇ ସମାନ ଅନୁଭବ କରନ୍ତି।
ଦିଶା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିବା ଖବରକୁ କଣ୍ଠଶିଳ୍ପୀ ରାହୁଲ ଇନଷ୍ଟା ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି। ରାହୁଲ ଏହି ଖୁସି ଖବରର ପୋଷ୍ଟକୁ ଏକ କ୍ୟୁଟ୍ ଶିଶୁ ହାତୀର କାର୍ଟୁନ ସହିତ ସେୟାର କରିଛନ୍ତି । ଯେଉଁଥିରେ ଲେଖା ହେଇଛି ‘ଇଟ୍ସ ଏ ବେବି ଗାର୍ଲ’ । ଏହା ସହିତ ସେ କ୍ୟାପସନ୍ରେ ଲେଖିଛନ୍ତି ଯେ, ‘ଦିଶା ଓ ମୋର ଏକ ଶିଶୁ କନ୍ୟା ପ୍ରାପ୍ତ ହୋଇଛି। ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି। ଆମେ ଆମର ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ, ଯିଏ ଗର୍ଭଧାରଣରୁ ଜନ୍ମ ପର୍ଯ୍ୟନ୍ତ ମା’ ଏବଂ ଶିଶୁଙ୍କ ଯତ୍ନ ନେଇଥିଲେ । ଶିଶୁ କନ୍ୟାକୁ ଆଶୀର୍ବାଦ କରନ୍ତୁ। ସେ ଯେମିତି ଭଲ ମଣିଷଟେ ହେଉ।’
[ad_2]