ନିର୍ଦ୍ଦେଶକଙ୍କୁ ବିବାହ କଲେ କି ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀ, ଫଟୋ ଭାଇରାଲ ପରେ ହେଲା ଚର୍ଚ୍ଚା – bajravana
[ad_1]
ନୂଆଦିଲ୍ଲୀ: ସାଇ ପଲ୍ଲବୀ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ତାଙ୍କର ସରଳତା, ଅଭିନୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ହେତୁ ସେ ଲକ୍ଷ ଲକ୍ଷ ହୃଦୟର ରାଜ୍ କରନ୍ତି। ସବୁବେଳେ ନିଜ ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଏବେ ତାଙ୍କର ଏକ ଭାଇରାଲ୍ ଫଟୋକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ଜଣେ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ତାଙ୍କର ଫଟୋ ଭାଇରାଲ ହୋଇଥିଲା। ଫଟୋରେ ଦୁହେଁ ଫୁଲମାଳ ପକାଇଥିବା ଦେଖାଯାଇଥିଲା। ଏହି ଫଟୋ ଦେଖି ଦୁହେଁ ଲୁଚି ଲୁଚି ବିବାହ କରିସାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ସାଇ ଏହି ଭାଇରାଲ ଫଟୋକୁ ନେଇ ନିଜର ନୀରବତା ଭାଙ୍ଗିଛନ୍ତି।
ସାଇ ପଲ୍ଲବୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଭାଇରାଲ ଫଟୋ ସେୟାର କରିଥିବା ଦେଖାଯାଇଛି। ଏହି ଫଟୋରେ ସାଇ ପଲ୍ଲବୀ ଏବଂ ନିର୍ଦ୍ଦେଶକ ରାଜକୁମାର ପେରିୟାସାମୀଙ୍କ ବେକରେ ଫୁଲମାଳ ପଡ଼ିଥିବାର ଦେଖାଯାଇଛି। ଏହି ଫଟୋ ସେୟାର କରି ସାଇ ଲେଖିଛନ୍ତି, ‘ସତ କହିବାକୁ ଗଲେ ମୁଁ ଗୁଜବ ବିଷୟରେ ଚିନ୍ତା କରେ ନାହିଁ। କିନ୍ତୁ ଏହି ଗୁଜବ ମୋ ପରିବାର ଏବଂ ସାଙ୍ଗମାନଙ୍କ ଉପରେ ପ୍ରଭାବ ପକାଇଛି। ତେଣୁ ମୁଁ ସ୍ପଷ୍ଟ କରୁଛି। ମୋ ଚଳଚ୍ଚିତ୍ର ଏସକେ-୨୧ର ପୂଜା ସମାରୋହରେ ଉଠାଯାଇଥିବା ଗ୍ରୁପ ଫଟୋକୁ କାଟି ଖରାପ ଉଦ୍ଦେଶ୍ୟରେ ଏହାକୁ ସେୟାର କରାଯାଇଛି।
Honestly, I don’t care for Rumours but when it involves friends who are family, I have to speak up.
An image from my film’s pooja ceremony was intentionally cropped and circulated with paid bots & disgusting intentions.
When I have pleasant announcements to share on my work…— Sai Pallavi (@Sai_Pallavi92) September 22, 2023
[ad_2]