ନୂଆ ଅବତାରରେ ଶାହାରୁଖ ଖାନ୍, ‘ଯବାନ’ର ସଫଳତା ପରେ ବଢୁଛି ‘ବ୍ରାଣ୍ଡ୍ ଭାଲ୍ୟୁ’ – bajravana
[ad_1]
ମୁମ୍ବାଇ: ଯବାନ ପ୍ରମାଣ କରିଛି ଯେ ‘ପଠାନ୍’ରେ କିଙ୍ଗ ଖାନଙ୍କ ପ୍ରତ୍ୟାବର୍ତ୍ତନର ଝଲକ ମାତ୍ର ଥିଲା, ବରଂ ତାଙ୍କ ନୂଆ ଫିଲ୍ମରେ ସେ ଏକ ଆହୁରି ବଡ଼ ଧମାକା ସହିତ ଫେରିଛନ୍ତି। ଫଳରେ ତାଙ୍କର ଗ୍ରହଣୀୟତାକୁ ନେଇ ସୃଷ୍ଟି ହୋଇଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଚଳିତ ବର୍ଷ ଖାନ୍ଙ୍କ ଦ୍ୱିତୀୟ ସିନେମା ‘ଯବାନ’ ‘ପଠାନ୍’ର ବ୍ଲକବଷ୍ଟର ସଫଳତା ପରେ ପୁଣି ଥରେ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ଗୁରୁବାର ଶୁଭମୁକ୍ତିର ପ୍ରଥମ ଦିବସରେ ସାରା ବିଶ୍ୱରେ ୧୨୯ କୋଟି ଏବଂ ଘରୋଇ ବଜାରରେ ୭୫ କୋଟି ଟଙ୍କା ଆୟ କରିଥିବା ‘ଯବାନ’ ‘ପଠାନ୍’ଠାରୁ ଗୋଟିଏ ପାଦ ଆଗରେ ରହିଛି। ଭାରତରେ ୫୭ କୋଟି ଟଙ୍କା ଆୟ କରିଥିବା ‘ପଠାନ୍’କୁ ପଛରେ ପକାଇ ଯବାନ ଏକ ବଲିଉଡ୍ ଚଳଚ୍ଚିତ୍ର ପାଇଁ ସବୁଠାରୁ ବଡ଼ ଓପନିଂ ନମ୍ବର ହାସଲ କରିଛି।
ଜାନୁଆରିରେ ‘ପଠାନ୍’ ରିଲିଜ୍ ହେବା ପର୍ଯ୍ୟନ୍ତ ପାଖାପାଖି ପାଞ୍ଚ ବର୍ଷ ଧରି ରୁପେଲି ପରଦାରୁ ଅନୁପସ୍ଥିତ ରହିବା ସତ୍ତ୍ୱେ ଖାନ୍ ତାଙ୍କ ଦର୍ଶକପ୍ରିୟତା ହରାଇ ନ ଥିଲେ। ବ୍ରାଣ୍ଡଗୁଡ଼ିକ ଭିତରେ ସେ ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜି ଆସିଛନ୍ତି। ୫୭ ବର୍ଷୀୟ ଅଭିନେତାଙ୍କ ଭିତରେ ଏବେ ମାଂସପେଶୀୟ ଚମକ ବି ଦେଖିବାକୁ ମିଳୁଛି। ‘ପଠାନ୍’ କେବଳ ଖାନ୍ଙ୍କ ପ୍ରତ୍ୟାବର୍ତ୍ତନର ମାଧ୍ୟମ ନ ଥିଲା ବରଂ ଏହା ରୁପେଲି ପରଦା ମାଲିକମାନଙ୍କୁ ମଧ୍ୟ ଆଶ୍ୱସ୍ତିର ନିଃଶ୍ୱାସ ମାରିବାରେ ସାହାଯ୍ୟ କରିଥିଲା କାରଣ କୋଭିଡ୍-୧୯ ମହାମାରୀ ପ୍ରଭାବରେ ଇଣ୍ଡଷ୍ଟ୍ରି ଦୁର୍ବଳ ହୋଇପଡ଼ିଥିଲା। ଚଳଚ୍ଚିତ୍ରଟି ୧୦୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା।
ପଠାନ୍ ଭଳି ଯବାନରେ ମଧ୍ୟ ଖାନ୍ ଏମିତି ଏକ ଭୂମିକା ଗ୍ରହଣ କରିଛନ୍ତି, ଯାହା ରୋମାନ୍ସର ନାୟକ ଭାବରେ ତାଙ୍କର ପୂର୍ବ ବ୍ୟକ୍ତିତ୍ୱକୁ ପଛରେ ପକାଇ ଜଣେ ଭିନ୍ନ ଅଭିନେତା ଭାବରେ ଖ୍ୟାତି ପହଞ୍ଚାଇଛି। ବିଶେଷଜ୍ଞମାନେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଖାନ୍ ତାଙ୍କ ପ୍ରତ୍ୟେକ ଚଳଚ୍ଚିତ୍ରରେ ଏକ ଆକର୍ଷଣୀୟ ପ୍ରଦର୍ଶନ କରିଆସିଛନ୍ତି। ହରିଶ ବିଜୁର କନସଲଟ୍ସ ଇଙ୍କ୍ର ପ୍ରତିଷ୍ଠାତା ହରିଶ ବିଜୁର କହିଛନ୍ତି, ଶାହରୁଖ ଖାନ୍ ନିଜକୁ ନୂଆ ରୂପ ଦେଇଛନ୍ତି। ବିଜ୍ଞାପନଦାତାମାନେ ଖାନ୍ଙ୍କୁ ଅଣଦେଖା କରିପାରିବେ ନାହିଁ। ବ୍ରାଣ୍ଡ ଗୁରୁମାନେ ଏହା ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ଶାହାରୁଖ ଖାନ୍ ନୂଆ ରୂପରେ ଅବତରିଛନ୍ତି। କ୍ରେୟନ୍ସ ଆଡଭାର୍ଟାଇଜିଂର ପ୍ରତିଷ୍ଠାତା କୁନାଲ ଲଲାନିଙ୍କ କହିବା ଅନୁସାରେ, ଇତିହାସର ପୁନରାବୃତ୍ତି ଘଟୁଛି, ଯେମିତି ହୋଇଥିଲା ଅମିତାଭ ବଚ୍ଚନଙ୍କ କ୍ଷେତ୍ରରେ।
୨୦୨୨ ପାଇଁ କ୍ରୋଲଙ୍କ ସେଲିବ୍ରିଟି ବ୍ରାଣ୍ଡ୍ ମୂଲ୍ୟାୟନ ଅନୁଯାୟୀ, ଖାନ୍ ୫୫.୭ ନିୟୁତ ଡଲାର ବ୍ରାଣ୍ଡ୍ ମୂଲ୍ୟ ସହିତ ୧୦ମ ସ୍ଥାନରେ ରହିଛନ୍ତି। ୨୦୨୧ରେ ଏହି ଅଭିନେତା ଦ୍ୱାଦଶ ସ୍ଥାନରେ ରହିଥିଲେ।
ବିଜ୍ଞାପନ ସଂସ୍ଥା ମ୍ୟାଡିସନ୍ ୱାର୍ଲ୍ଡର ଅଧ୍ୟକ୍ଷ ସାମ୍ ବାଲସରା ବିଶ୍ୱାସ କରନ୍ତି ଯେ, ଖାନ୍ କେବେ ବି ତାଙ୍କ ଆକର୍ଷଣ ହରାଇ ନ ଥିଲେ ଏବଂ ପ୍ରତ୍ୟେକ ଅଭିନେତା ଏକ ଦୁର୍ବଳ ସମୟ ଦେଇ ଗତି କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଖାନ୍ ଏମିତି ଜଣେ ଷ୍ଟାର, ଯାହାଙ୍କ ଆକର୍ଷଣ ନିରନ୍ତର ରହିଛି। ଶୀଘ୍ର କିମ୍ବା ବିଳମ୍ବରେ ପ୍ରତ୍ୟେକ ଅଭିନେତା ନିଜକୁ ନୂଆ ରୂପ ଦିଅନ୍ତି।
[ad_2]