ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସଂଯୁକ୍ତ ଓଡ଼ିଶା ରାଜ୍ୟ ଅଧିବେଶନ ଅନୁଷ୍ଠିତ – bajravana
[ad_1]
ରାଇରଙ୍ଗପୁର: ଆଦିବାସୀ ମାନଙ୍କର ରାଷ୍ଟ୍ରୀୟ ସ୍ତରୀୟ ସଂଗଠନ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଏବଂ ରାଷ୍ଟ୍ରୀୟ ଆଦିବାସୀ କର୍ମଚାରୀ ସଂଘର ୭ମ ସଂଯୁକ୍ତ ଓଡ଼ିଶା ରାଜ୍ୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ପିସିଏମ କଲ୍ୟାଣୀ ମଣ୍ଡପଠାରେ ରାଷ୍ଟ୍ରୀୟ ଆଦିବାସୀ କର୍ମଚାରୀ ସଂଘର ମହାରାଷ୍ଟ୍ର ରାଜ୍ୟ ସଭାପତି ଅନିଲ କୁମାର ଗେଡାମଙ୍କ ଅଧ୍ୟକ୍ଷତାରେ ଏହି ସମାରୋହ ରବିବାର ସମ୍ପନ୍ନ ହୋଇଛି। ଅଧିବେଶନରେ ବାଲେଶ୍ବର ଜିଲ୍ଲାର ଅବସରପ୍ରାପ୍ତ ଭିଜିଲାନ୍ସ ଅଧିକାରୀ ମା. ଯଦୁନାଥ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପ୍ରଶାସନିକ ବିଭାଗର ଅବସରପ୍ରାପ୍ତ ଆଇଏଏସ ମ.ଧନଞ୍ଜୟ ହେମ୍ବ୍ରମ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମଟି ମୟୁରଭଞ୍ଜ ଜିଲ୍ଲା ବାମସେଫ କାର୍ଯ୍ୟକାରୀ ସଭାପତି ମା. ଗୋପୀନାଥ ହେମ୍ବ୍ରମଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଆର.ଏ.ଇ.ପି ଏବଂ ଆର.ଏ.କେ.ଏସ ଓଡ଼ିଶା ପ୍ରଭାରୀ ମା. ଲବଘନ ମୁର୍ମୁ ଯୋଗ ଦେଇ ଥିଲେ ତଥା ବକ୍ତାମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘର ରାଜ୍ୟ ସଭାନେତ୍ରୀ ଆୟୁ. ପୂର୍ଣ୍ଣିମା ସିଂ, ଆରଏକେଏସ ରାଜ୍ଯ ସଭାପତି ମ. ଦୁର୍ଗାଚରଣ ମାର୍ଣ୍ଡି, ବହୁଜନ ମୁକ୍ତି ପାର୍ଟିର ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ରାଜ୍ୟ ସଭାପତି ମୋହନ ବାସ୍କେ, ବୈଦ୍ୟନାଥ ସିଂ, ଶଙ୍କର ସଂ,ପ୍ରାଣନାଥ ମୁର୍ମୁ, ଫାଗୁରାମ ବାସ୍କେ, ଶୁକ୍ରୁକାନ୍ତ ଦଳବେହେରା, ପୂର୍ଣ୍ଣଚନ୍ଦ୍ର ସିଂ, ଫାଗୁରାମ ହାଁସଦା, ସାରିନା ହେମ୍ବ୍ରମ, ଦୁର୍ଗାଚରଣ ସିଂ, ସାଧୁଚରଣ ମଲ୍ଲିକ, ବାଇଧର ସିଂ, ଜଗନ୍ନାଥ ସିଂ, ଡେମକା ବାସ୍କେ, କାର୍ତ୍ତିକଚନ୍ଦ୍ର ସୋରେନ ପ୍ରମୁଖ ଅତିଥି ଅଂଶଗ୍ରହଣ କରିଥିଲେ ।
ଏହି ରାଜ୍ୟ ଅଧିବେଶନରେ ଆଦିବାସୀଙ୍କ ବାସ୍ତବିକ ଇତିହାସ, ସମସ୍ୟା, କାରଣ ଓ ତାର ସମାଧାନ ବିଷୟରେ ବିଶ୍ଳେଷଣାତ୍ମକ ଆଲୋଚନାକୁ ଶୁଣିବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ୫୦୦ରୁ ଅଧିକ ସଂଖ୍ୟକ କାର୍ଯ୍ୟକର୍ତ୍ତା, ସମର୍ଥକ, ହିତଚିନ୍ତକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ମହିଳା ଓ ପୁରୁଷମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ଏହି ମହତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଭାରତର ସମସ୍ତ ଆଦିବାସୀ, ଅନୁସୂଚିତ ଜାତି, ଅନ୍ୟାନ୍ୟ ପଛୁଆବର୍ଗ ଏବଂ ଧର୍ମ ପରିବର୍ତ୍ତିତ ଅଳ୍ପସଂଖ୍ୟକ ବର୍ଗର ଜନସାଧାରଣଙ୍କୁ ସେମାନଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଦ୍ବାରା ଷଡ଼ଯନ୍ତ୍ର ପୂର୍ବକ ସଂସଦରେ ପ୍ରଣୟନ କରାଯାଉ ଥିବା ଆଇନ ସମ୍ବନ୍ଧରେ, ଦେଶବ୍ୟାପୀ ମହାମାରୀର ରୂପ ନେଇ ଥିବା ବେରୋଜଗାରୀ ସମସ୍ୟା, କୃଷକ ମାନଙ୍କର ସମସ୍ୟା, ମହିଳାଙ୍କ ଉପରେ ଦୈନନ୍ଦିନ ବଢୁଥିବା ଅପରାଧ, ଆଦିବାସୀଙ୍କ କଷ୍ଟମରୀ ଲ’ ତଥା ଅସ୍ତିତ୍ବକୁ ସମାପ୍ତ କରିବା ପାଇଁ କେନ୍ଦ୍ରର ଆରଏସଏସ ବିଜେପି ସରକାରଙ୍କ ଦ୍ବାରା ଅସମ୍ବିଧାନିକ ପ୍ରଣାଳୀରେ ପ୍ରଣୟନ କରାଯାଉ ଥିବା ୟୁସିସି ଓ ଜଙ୍ଗଲ ସଂରକ୍ଷଣ ଆଇନ ଭଳିଆ ମାରାତ୍ମକ ଆଇନ ସମ୍ବନ୍ଧରେ ତଥା ଦେଶବ୍ୟାପୀ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ-ଅତ୍ୟାଚାର, ବିସ୍ଥାପନ, ଉତ୍ପୀଡ଼ନ, ଧୋକାଦାରୀ, ଲୁଣ୍ଠନ ଏବଂ ଷଡ଼ଯନ୍ତ୍ର ଇତ୍ୟାଦି ଜ୍ବଳନ୍ତ ସମସ୍ୟା, ଏହାର କାରଣ ଏବଂ ନିରାକରଣ ପାଇଁ ଜରୁରୀ ପଦକ୍ଷେପ ବିଷୟରେ ତର୍କ ସଂଗତ ପ୍ରାମାଣିକ ତତ୍ୟ ସହିତ ପୁଙ୍ଖାନୁପୁଙ୍ଖ ଆଲୋକପାତ କରାଯାଇ ଥିଲା। ଉପରୋକ୍ତ ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ କିଭଳି ଭାବରେ ଆଦିବାସୀଙ୍କର ସଂଗଠନ ଶକ୍ତିକୁ ରାଷ୍ଟ୍ରବ୍ୟାପୀ ମଜଭୁତ କରାଯାଇ ପାରିବ ସେଥିନେଇ ବକ୍ତାଗଣ ମନ୍ତବ୍ଯ ଉପସ୍ଥାପନ କରିଥିଲେ । ଶେଷରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ମୟୁରଭଞ୍ଜ ଜିଲ୍ଲା ସଭାପତ ପୂର୍ଣ୍ଣଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
[ad_2]