ଦେଶ ବିଦେଶ

ସଡ଼କ ଦୁର୍ଘଟଣା : ଚାଲିଗଲା ୧୧ ଜୀବନ – bajravana

[ad_1]

ନୂଆଦିଲ୍ଲୀ, ୧୩/୦୯ : ଦିନକୁ ଦିନ ସଡ଼କ ଦୁର୍ଘଟଣାର ଘଟଣା ବୃଦ୍ଧି ପାଇବାରେ ଲାଗିଛି । ରାଜସ୍ଥାନ ଭରତପୁରରେ ଆଜି ସକାଳେ ଭୟଙ୍କର ସଡ଼କ ଦୂର୍ଘଟଣା ହୋଇଛି । ଜୟପୁର-ଆଗ୍ରା ଏନଏଚ ହନ୍ତରା ନିକଟରେ ଏହି ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡ଼ା ହୋଇଥିବା ବସକୁ ଟ୍ରକ ପଛରୁ ଆସି ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୧୧ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହାତ ହୋଇଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା । ଏହାପରେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଲା ବର୍ତ୍ତମାନ ପୋଲିସ ଏହି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button