ମନୋରଞ୍ଜନ

ଜୀବନର ଦୁଇଟି ଅଭୁଲା ଫୋନ କଲ ବିଷୟରେ କହି କାନ୍ଦି ପକାଇଲେ ମୋହିତ – bajravana

[ad_1]

ନୂଆଦିଲ୍ଲୀ: ଟେଲିଭିଜନ ତଥା ବଲିଉଡ ଅଭିନେତା ମୋହିତ ରୈନା କିଛିଦିନ ହେବ ନିଜର ସିରିଜ ‘ଫ୍ରିଲାନସର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ୱେବ ସୋ’ରେ ସେ ଅବିନାଶ କାମତା ଭୂମିକାରେ ଅଭିନୟ କରିଛନ୍ତି। ଯାହାକୁ ଦର୍ଶକ ବହୁମାତ୍ରାରେ ପସନ୍ଦ ବି କରୁଛନ୍ତି।

‌ଟେଲିଭିଜନ ସୋ’ ‘ଦେବୋ କେ ଦେବ ମହାଦେବ’ରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିବା ମୋହିତ ଘରେଘରେ ପରିଚିତ। ଅନେକ ବୃଦ୍ଧବୃଦ୍ଧା ତ ମୋହିତଙ୍କୁ ବାସ୍ତବ ଶିବ ବୋଲି ମନେ କରନ୍ତି।

ନିକଟରେ ମୋହିତ ଏକ ସାକ୍ଷାତକାରରେ କହିଛନ୍ତି, ‘ମୋ ବାପା ଭଗବାନ ଶିବଙ୍କୁ ଖୁବ ଭଲ ପାଆନ୍ତି। ବିଶ୍ବାସ କରନ୍ତି। ଏହି ଭୂମିକା ମୋ ପାଇଁ ତାଙ୍କର ଉପହାର ବୋଲି ମୁଁ ଭ‌ାବିବି। କାହିଁକି ନା ଯେଉଁଦିନ ମୋତେ ଏହି ସୋ‘‘ଦେବୋ କେ ଦେବ ମହାଦେବ’ରେ ଭଗବାନ ଶିବଙ୍କ ଭୂମିକା ପାଇଁ ଅଫର ଆସିଲା ସେହିଦିନ ହିଁ ମୋ ମୁଣ୍ଡ ଉପରୁ ବାପାଙ୍କ ହାତ ହଟି ଯାଇଥିଲା। ସେ ଆମ ସମସ୍ତଙ୍କୁ ପରକରି ଆର ପାରିକୁ ଚାଲି ଯାଇଥିଲେ। ‌‌

ତେଣୁ ମୁଁ କହିବି ମୋର ଜୀବନରେ ଦୁଇଟ ଫୋନ କଲକୁ ମଲ ଯାଏଁ ଭୁଲି ପାରିବି ନ‌ାହିଁ। ଗୋଟିଏ ଦିନରେ ଆସିଥିଲା ଦୁଇଟି ଫୋନ କଲା।  ଗୋଟିଏ ଆସିଲା ଭଗବାନ ଶିବ ଭୂମିକାରେ ଅଭିନୟ କରିବାର ଅଫର, ଦ୍ବିତୀୟଟି ବାପାଙ୍କ ମୃତ୍ୟ ସମ୍ବାଦ।’

ଜୀବନରେ ଆସିଥିବା ଖୁସି ଓ ଦୁଃଖ ସମୟର ଏହି କଥାକୁ କହୁଥିବା ବେଳେ ଭାବବିହ୍ବଳ ହୋଇପଡ଼ିଥି‌ଲେ ମୋହିତ। ଆଖିରେ ଭରି ଯାଇଥିଲା ଲୁହ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button