ଏସିଆ କପ : ଆଜି ଭାରତ-ପାକିସ୍ତାନ ମୁକାବିଲା – bajravana
[ad_1]
ନୂଆଦିଲ୍ଲୀ, ୧୦/୦୯ : ଆଜି ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପର ସୁପର-୪ରେ ମୁକାବିଲା ହେବ । ଉକ୍ତ ମ୍ୟାଚରେ ପାକିସ୍ତାନ ୧୦.୩ ଓଭର ବାକିଥାଇ ବିଜୟ ହାସଲ କରିଥିବାରୁ ସେ ଏବେ ୨ ପଏଣ୍ଟ ପାଇବା ସହିତ ତା’ର ନେଟ୍ ରନରେଟ୍ ପ୍ଲସ ୧.୦୫୧ ରହିଛି । ଆଜି ଭାରତ-ପାକିସ୍ତାନ ମ୍ୟାଚରେ ଯଦି ଭାରତ ହାରେ, ତେବେ ଫାଇନାଲରେ ପହଞ୍ଚିବା ନେଇ ସ୍ଥିତି ଜଟିଳ ହୋଇପାରେ । ଅନ୍ୟପକ୍ଷରେ ଯଦି ଟିମ୍ ଇଣ୍ଡିଆ ଜିତେ ତେବେ ବି ଫାଇନାଲ ରାସ୍ତା ଏତେ ସହଜ ହୋଇ ନପାରେ । କାରଣ ଭାରତ ଯଦି ବଡ଼ ବ୍ୟବଧାନରେ ପ୍ରତିପକ୍ଷଙ୍କଠାରୁ ନ ଜିତେ ତେବେ ପାକିସ୍ତାନଠାରୁ ରନରେଟ୍ ଆଧାରରେ ପଛରେ ରହିବ ।
ଯଦି ଭାରତ ପାକିସ୍ତାନଠାରୁ ଜିତି ବାଂଲାଦେଶ / ଶ୍ରୀଲଙ୍କାଠାରୁ ହାରିଯାଏ ତେବେ ବିପଦ ବଢ଼ିପାରେ । ଭାରତ ତା’ର ତିନୋଟି ମ୍ୟାଚରେ ବିଜୟ ହାସଲ କରେ ତେବେ ତାକୁ ଫାଇନାଲ ଯିବାରୁ କେହି ରୋକି ପାରିବେ ନାହିଁ । ମାତ୍ର ଯଦି କୌଣସି ମ୍ୟାଚରେ ପରାଜୟବରଣ କରେ, ତେବେ ସ୍ଥିତି ବିଗିଡ଼ିପାରେ । ସେଥିପାଇଁ ରୋହିତ ଶର୍ମାଙ୍କ ବାହିନୀକୁ ବଡ଼ ବ୍ୟବଧାନରେ ପ୍ରତିପକ୍ଷକୁ ପରାସ୍ତ କରିବାକୁ ପଡ଼ିବ ।
[ad_2]