ଦେଶ ବିଦେଶ

ଜି-୨୦ରେ ‘ଲିଡର୍ସ ଘୋଷଣାପତ୍ର’କୁ ମିଳିଲା ମଞ୍ଜୁରୀ – bajravana

[ad_1]

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମଇଦାନରେ ଜି-୨୦ ଶିଖର ସମ୍ମିଳନୀ ଜାରି ରହିଛି । ସମ୍ମିଳନୀର ପ୍ରଥମ ଦିନରେ ନୂଆଦିଲ୍ଲୀ ଜି-୨୦ରେ ‘ଲିଡର୍ସ ଘୋଷଣାପତ୍ର’କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସମ୍ମିଳନୀର ଦ୍ୱିତୀୟ ଅଧିବେସନରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବାକୁ ଯାଇ ମନ୍ତ୍ରୀ ଓ ସମସ୍ତ ଅଧିକାରୀଙ୍କୁ ମୋଦୀ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମ ଟିମର କଠିନ ପରିଶ୍ରମ ଏବଂ ଆପଣ ସମସ୍ତଙ୍କ ସହଯୋଗ ଜି-୨୦ ଲିଡର ସମ୍ମିଳନୀରେ ସହମତି ହୋଇଥିବା ନେଇ ଖୁସି ଖବର ମିଳିଛି । ଲିଡର୍ସ ଘୋଷଣାକୁ ଗ୍ରହଣ କରାଯାଉ ବୋଲି ମୁଁ ପ୍ରସ୍ତାବ ଦେଉଛି । ମୁଁ ବି ଏହି ଘୋଷଣାକୁ ଗ୍ରହଣ କରିବାକୁ ଘୋଷଣା କରୁଛି ।

ଘୋଷଣାପତ୍ରକୁ ମଞ୍ଜୁରୀ ମିଳିବା ପରେ ଜି-୨୦ ସେରପା ଅମିତାଭ କାନ୍ତ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ନୂଆଦିଲ୍ଲୀ ଜି-୨୦ ଘୋଷଣାପତ୍ର ମଜଭୁତ, ସନ୍ତୁଳିତ, ସମାବେଶୀ ବିକାଶ, ଏସଡିଜି ଉପରେ ପ୍ରଗତିକୁ ତ୍ୱରାନ୍ୱିତ କରିବା, ସତତ ଭବିଷ୍ୟତ ପାଇଁ ହରିତ ବିକାଶ ବୁଝାମଣା, ୨୧ତମ ଶତାଦ୍ଦୀ ପାଇଁ ବହୁପକ୍ଷୀୟ ସଂସ୍ଥା ଓ ବହୁପକ୍ଷବାଦକୁ ପୁର୍ନଜିବିତ କରିବା ଉପରେ କେନ୍ଦ୍ରିତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button