ଅପରାଧ

ଲୋଭରେ ପଡ଼ି କାଙ୍ଗାଳ ହେଉଛନ୍ତି ଲୋକ: ସାଇବର ଅପରାଧୀଙ୍କ ଜାଲରେ ଫସି ଯାଉଛନ୍ତି – bajravana

[ad_1]

ଭୁବନେଶ୍ବର: ‘ଘରେ ବସି କମ୍ ସମୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ସୁଯୋଗ ପାଆନ୍ତୁ। ଏଥିପାଇଁ ଆପଣଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ ନାହିଁ। କେବଳ ସ୍ମାର୍ଟ ଫୋନ୍ ଥିଲେ ଯଥେଷ୍ଟ। ଆପଣଙ୍କ ପାଖକୁ ଭିଡିଓ ଲିଙ୍କ ପଠାଯିବ। ସେହି ଭିଡିଓକୁ ଲାଇକ୍, ସେୟାର କଲେ ଟଙ୍କା ମିଳିବ। ଅଧିକ ରୋଜଗାର କରିବାକୁ ଚାହୁଁଥିଲେ ବଦଳରେ କିଛି ଟଙ୍କା ଦେବାକୁ ପଡ଼ିବ’। ଚାକିରି ଆଶାରେ ଥିବା ବେକାରୀ ଓ ଘରେ ବସି ରୋଜଗାର କରିବା ଆଶାରେ ସାଇବର ଅପରାଧୀଙ୍କ ଏମିତି ଲୋଭରେ ପଡ଼ି କାଙ୍ଗାଳ ହୋଇ ଯାଉଛନ୍ତି ଲୋକ। ବିଶେଷକରି ଯୁବକ, ଯୁବତୀ ଓ ଘରେ ରହୁଥିବା ମହିଳାମାନେ ଠକେଇର ଶିକାର ହେଉଥିବା ଦେଖିବାକୁ ମିଳୁଛି। ପ୍ରଥମେ କିଛି ଟଙ୍କା ଦେଇ ପରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି ଠକ। ଏହାକୁ ଟେଲିଗ୍ରାମ ଠକେଇ କୁହା ଯାଉଥିବା ବେଳେ ଆହୁରି ବିଭିନ୍ନ ଧରଣର ଘଟଣା ମଧ୍ୟ ସାମ୍ନାକୁ ଆସୁଛି।

ସାଇବର ଅପରାଧୀଙ୍କ ଜାଲରେ ଫସି ଯାଉଛନ୍ତି
ଆକାଉଣ୍ଟ ତଥ୍ୟ ନେଇ ବ୍ୟବହାର କରୁଛନ୍ତି ଠକ
ଚିନ୍ତା ବଢ଼ାଇଲାଣି ଠକେଇ
ତୃଣମୂଳ ସ୍ତରରେ ପହଞ୍ଚି ପାରୁନି ସଚେତନତା

ସେହିପରି କମ୍ ସମୟ ମଧ୍ୟରେ ଟଙ୍କାକୁ ଦୁଇ ଗୁଣା, ଚାରି ଗୁଣା ଓ ୨୫ ଗୁଣା ଫେରସ୍ତ ଲୋଭ ଦେଖାଉଛନ୍ତି ସାଇବର ଅପରାଧୀ। ଏହି ଅନଲାଇନ୍ ଚିଟଫଣ୍ଡ ଜାଲରେ ପଡ଼ି ରୋଜଗାର ଅର୍ଥ ହରାଉଛନ୍ତି ଲୋକ। ଏବେ ରାଜ୍ୟରେ ଶହ ଶହ ସଂଖ୍ୟାରେ ଅନଲାଇନ୍ ଚିଟଫଣ୍ଡ ଚଳାଉଛନ୍ତି ସାଇବର ଅପରାଧୀ। ଏହି ଅନଲାଇନ ଚିଟଫଣ୍ଡରେ ପିରାମିଡ୍ ଢାଞ୍ଚାରେ ସଦସ୍ୟ ସଂଗ୍ରହ କରାଯାଉଛି। ପ୍ରଥମ ରହିଥିବା ସଦସ୍ୟମାନେ ଟଙ୍କା ପାଉଛନ୍ତି। ଏହି ଲୋଭରେ ପରେ ସଦସ୍ୟ ହେଉଥିବା ଲୋକ ଠକାମିର ଶିକାର ହେଉଛନ୍ତି। କେତେକ ଲୋକଲଜ୍ଜାରେ ଅଭିଯୋଗ କରିପାରୁ ନାହାନ୍ତି। ଏମିତି ଢଙ୍ଗରେ ସାଇବର ଅପରାଧୀମାନେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ସେହିପରି ଅନଲାଇନ୍ ଲୋନ୍ ଆପ୍, ସପିଂ ସାଇଟ୍, ଫ୍ରି ରିଚାର୍ଜ, ଗିଫ୍ଟ, ଲଟେରି ଲୋଭ ଦେଖାଇ ସାଇବର ଠକମାନେ କୋଟି କୋଟି ଟଙ୍କା ଲୁଟିବାକୁ ସକ୍ଷମ ହେଉଛନ୍ତି।

ଠକେଇ ସଂକ୍ରାନ୍ତରେ ଯେତେବେଳେ ପୁଲିସ ପାଖରେ ଅଭିଯୋଗ ପହଞ୍ଚୁଛି ସେତେବେଳେ ତଦନ୍ତରୁ ମଧ୍ୟ ଚାଞ୍ଚଲ୍ୟକର ତଥ୍ୟ ମିଳୁଛି। ଗରିବ, ଅସହାୟଙ୍କୁ ସାଇବର ଅପରାଧୀମାନେ ଟାର୍ଗେଟ୍ କରି ସେମାନଙ୍କର ବ୍ୟାଙ୍କ ତଥ୍ୟ ହାସଲ କରି ନେଉଛନ୍ତି। ଅପରାଧୀମାନେ ହାତେଇ ଥିବା ପ୍ରି-ଆକ୍ଟିଭେଟ୍ ସିମ୍ ଜରିଆରେ ବ୍ୟାଙ୍କ ଆକାଉଣ୍ଟରେ କାରବାର କରୁଛନ୍ତି। ସେହିପରି ଆଉ କେତେକ କ୍ଷେତ୍ରରେ ଅଶିକ୍ଷିତ, ଅସହାୟ, ଗରିବ ଲୋକ, ଛୋଟ କର୍ମଚାରୀଙ୍କ ପରିଚୟପତ୍ର ନେଇ ସେମାନଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଦେଉଛନ୍ତି। ଏହି ଆକାଉଣ୍ଟକୁ ଠକେଇ ଟଙ୍କା ନେଇ ପରେ ଠକମାନେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରି ଦେଉଛନ୍ତି। ନିକଟରେ ଚାକିରି ନାଁରେ ଠକେଇ ଓ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ନାଁରେ ନକଲି ୱେବସାଇଟ୍ ଖୋଲି ନିଯୁକ୍ତି ନାଁରେ ଠକେଇ ମାମଲାରେ ଅଭିଯୁକ୍ତ ଗିରଫ ହେବା ପରେ ବେନାମୀ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ପୁଲିସ ଜାଣିବାକୁ ପାଇଥିଲା। ଆଉ କେତେକ କ୍ଷେତ୍ରରେ ପୁଲିସ ତଦନ୍ତ କରି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଖରେ ପହଞ୍ଚିବା ପରେ ଯେତେବେଳେ ସତକଥା ଜାଣିବାକୁ ପାଉଛି ସେତେବେଳେ ଆଉ ଆଗକୁ ଯାଇ ପାରୁ ନାହିଁ। ତଦନ୍ତ ସେହି ଠାରେ ହିଁ ଅଟକି ଯାଉଛି। ଆଉ କେତେକ ଘଟଣାରେ ଠକମାନେ ଟଙ୍କା ଦେବାର ଲୋଭ ଦେଖାଇ ଯେତେବେଳେ ଲୋକଙ୍କ ଠାରୁ ସେମାନଙ୍କ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଆକାଉଣ୍ଟ ଖୋଲି ଦେଉଛନ୍ତି। ଆକାଉଣ୍ଟଧାରୀମାନେ ଯେତେବେଳେ ଠକେଇ ସଂକ୍ରାନ୍ତରେ ଜାଣିବାକୁ ପାଉଛନ୍ତି ସେତେବେଳେ ଥାନାରେ ଅଭିଯୋଗ କରୁଛନ୍ତି। ବେନାମୀ ଆକାଉଣ୍ଟ ଏବେ ଚିନ୍ତାର କାରଣ ସାଜିଛି।

ପୂର୍ବ ଅପେକ୍ଷା ଏବେ ସାଇବର ଠକେଇ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏପରିକି ଭୁବନେଶ୍ବର ସାଇବର ଥାନାକୁ ପ୍ରତିଦିନ ପ୍ରାୟ ୧୦ରୁ ୨୦ ଅଭିଯୋଗ ପହଞ୍ଚୁଛି। ଏହି ହିସାବକୁ ଦେଖିଲେ ମାସକୁ ପ୍ରାୟ ୪ ଶହରୁ ୫ ଶହ ଅଭିଯୋଗ ଆସୁଛି। ଠକମାନେ ଯେଉଁଭଳି ଭାବେ କାୟା ମେଲାଇ ଚାଲିଛନ୍ତି ସେହିଭଳି ସଚେତନତା ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ବିଶେଷ କରି ଗ୍ରାମାଞ୍ଚଳ, ତୃଣମୂଳ ସ୍ତରରେ ସଚେତନତା ପହଞ୍ଚି ପାରୁନି ବୋଲି ସାଇବର ବିଶେଷଜ୍ଞ ମତ ଦେଇଛନ୍ତି। ଯେତେ ଅଧିକ ସଚେତନତା ହେବ ସେତେ ଲୋକ ଠକାମିରୁ ରକ୍ଷା ପାଇପାରିବେ। ଭଲ ସଚେତନତା ଭିଡିଓ, ସୋସିଆଲ ମିଡିଆରେ ଫଟୋ, ଗ୍ରାମାଞ୍ଚଳରେ ଅଭିନୟ ମାଧ୍ୟମରେ ସଚେତନ କରାଯାଇପାରିଲେ ଠକେଇ ମାମଲା କମିପାରିବ। ସୋସିଆଲ ମିଡିଆରେ ଲୋଭ ଦେଖାଉଥିବା ଅଜଣା ବ୍ୟକ୍ତିଙ୍କ ଜାଲରେ ନ ପଡ଼ିବା, ହ୍ବାଟସଆପ୍ କିମ୍ବା ମୋବାଇଲକୁ ଆସୁଥିବା ଅଜଣା ଲୋଭନୀୟ ମେସେଜକୁ ଗ୍ରହଣ ନ କରିବା, ଲିଙ୍କରେ କ୍ଲିକ୍ ନ କରିବା, ଲୋଭନୀୟ ଅଫର ଜାଲରେ ନ ପଡ଼ିଲେ ସାଇବର ଠକେଇରୁ ରକ୍ଷା ମିଳି ପାରିବ ବୋଲି ବିଶେଷଜ୍ଞ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button