ଓଡିଶା

ସହରାଞ୍ଚଳରେ ନିରନ୍ତର ବିକାଶ ନେଇ ଆଲୋଚନା: ଆର୍‌ଏମ୍‌ସି-ୟୁଏନ୍‌ଡିପିର କର୍ମଶାଳା – bajravana

[ad_1]

ରାଉରକେଲା: ରାଉରକେଲା ମହାନଗର ନିଗମ ଓ ୟୁନାଇଟେଡ୍‌ ନ୍ୟାସନ୍ସ ଡେଭେଲପ୍‌ମେଣ୍ଟ୍‌ ପ୍ରୋଗ୍ରାମ (ୟୁଏନ୍‌ଡିପି)ର ମିଳିତ ଆନୁକୂଲ୍ୟରେ ‘ସହରାଞ୍ଚଳରେ ନିରନ୍ତର ବିକାଶ ଲକ୍ଷ୍ୟର ଆଞ୍ଚଳିକୀକରଣ’ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତଥା ଆର୍‌ଏମ୍‌ସି କମିସନର ଡା. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଡେପୁଟି କମିସନର ସୁଧାଂଶୁ ଭୋଇ, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ପ୍ରଫେସର ଡ. ମନୋଜ ମିଶ୍ର, ୟୁଏନ୍‌ଡିପି ନୀତି ବିଶେଷଜ୍ଞ ଜୟମୋନ ୟୁଥୁପ୍‌, ୟୁଏନ୍‌ଡିପି ଓଡ଼ିଶା ମୁଖ୍ୟ ଆଭା ମିଶ୍ର ପ୍ରମୁଖ ନିରନ୍ତର ବିକାଶ ଲକ୍ଷ୍ୟ ଅଧୀନରେ-୨୦୩୦ ସୁଦ୍ଧା ସାରା ବିଶ୍ବରୁ ଗରିବି ଦୂର କରିବା, ଜନସାଧାରଣଙ୍କ ଶାନ୍ତି ଓ ସମୃଦ୍ଧିକୁ ସୁନିଶ୍ଚିତ କରିବା ତଥା ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ମିଳିତ ଜାତିସଂଘ ବିଭିନ୍ନ ପଦକ୍ଷେପ ନେଇଛି। ସମସ୍ତଙ୍କ ସହଯୋଗରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି କହିଥିଲେ।

ସହରାଞ୍ଚଳରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ନେଇ ପ୍ରମୁଖ ଅଂଶୀଦାରଙ୍କ ସହଯୋଗକୁ ପ୍ରଭାବି କରିବା ତଥା ଏନେଇ ଉପୁଜୁଥିବା ଆହ୍ବାନର ସମାଧାନ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ଆଭାସୀ ମାଧ୍ୟମରେ ସାରା ହୋଇଫିଲ୍‌ଚ ଯୋଡ଼ି ହୋଇ ସିଟି ପ୍ଳାନିଂରେ ଏସ୍‌ଡିଜି ୧୧ ଓ ଏହାର ଭୂମିକା ସମ୍ପର୍କରେ କହିଥିଲେ। ଅନନ୍ୟା ମହାନ୍ତି ଓ ବିଓ୍ବେନ୍‌ ଟମ୍‌ ସହରରେ କାର୍ଯ୍ୟକାରୀ ହେଉଥିବା ସୌରଚାଳିତ ଶୀତଳ ଭଣ୍ଡାର କିଭଳି ସ୍ଥାନୀୟ ଚାଷୀଙ୍କୁ ଅଭାବି ବିକ୍ରିରୁ ରକ୍ଷା କରିଛି ତଥା ସ୍ବୟଂ ସହାୟକ ଗୋଷ୍ଠିର ସଦସ୍ୟାମାନଙ୍କୁ କିଭଳି ସ୍ବାବଲମ୍ବୀ କରିବାରେ ସହାୟକ ହୋଇଛି ସେନେଇ କହିଥିଲେ। ପୁଷ୍କଲ ଶିବମ୍‌ (ୟୁଏନ୍‌ ହାବିଟାଟ୍) ଓ ଗୋବିନ୍ଦରାଜ୍ ଜୟଚନ୍ଦ୍ରନ୍‌ (ୟୁଏନ‌ଡିପି) ନିରନ୍ତର ବିକାଶ ଲକ୍ଷ୍ୟ ଦିଗରେ ହାସଲ ଉପଲବ୍ଧି ଓ ସହରାଞ୍ଚଳ ଜୀବନ ଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ। ଆଜିର ଏହି କର୍ମଶାଳାରେ ମ୍ୟୁନିସିପାଲ କଲେଜ ଓ ଏନ୍‌ଆଇଟିର ଅଧ୍ୟାପକ, ରାଉରକେଲା ଇସ୍ପାତ କାରଖାନାର ଅଧିକାରୀ, ଆର୍‌ଏମ୍‌ସି ଅଧିକାରୀ, କର୍ମଚାରୀ ସାମିଲ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button