ଖେଳ ଖବର

ପ୍ରଖ୍ୟାତ ଜିମ୍ବାୱେ କ୍ରିକେଟର୍‌ ହିଥ୍‌ ଷ୍ଟ୍ରିକ୍‌ଙ୍କ ଦେହାନ୍ତ – bajravana

[ad_1]

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ଜିମ୍ବାୱେର ପୂର୍ବତନ କ୍ରିକେଟ୍‌ ଖେଳାଳି ହିଥ୍‌ ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।

ହିଥ୍‌ ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ପରେ  ତାଙ୍କ ସ୍ତ୍ରୀ ନେଡିନ୍‌ ସାମାଜିକ ଗଣମାଧ୍ୟମରେ ସ୍ବାମୀଙ୍କ ସ୍ମୃତିରେ ଅନ୍ତରଛୁଆଁ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି: ୨୦୨୩ ସେପ୍ଟେମ୍ବର ୩ ତାରିଖ ରବିବାର ପ୍ରତ୍ୟୁଷରେ ମୋ ଜୀବନର ଶ୍ରେଷ୍ଠ ସ୍ନେହ ଓ ମୋ ଗେହ୍ଲା ପିଲାମାନଙ୍କର ବାପାଙ୍କୁ ଦେବଦୂତଙ୍କ ସହିତ ଭେଟ କରାଇବା ପାଇଁ ବାସଭବନରୁ ନିଆଯାଇଛି। ସେହି ବାସଭବନରେ ସେ ପରିବାରବର୍ଗ ଓ ଅନ୍ତରଙ୍ଗ ପ୍ରିୟପରିଜନଙ୍କ ମେଳରେ ଶେଷ ଦିନ ସବୁ ବିତାଇବାକୁ ଇଚ୍ଛା କରୁଥିଲେ। ତାଙ୍କୁ ସ୍ନେହ ଓ ଶାନ୍ତିରେ ଆବୃତ କରାଯାଇଥିବାରୁ ସେ ପାର୍କରୁ ଏକାକୀ ଚାଲି ଚାଲି ଯାଇ ପାରି ନ ଥିଲେ। ଷ୍ଟ୍ରିକି, ଚିରନ୍ତନତା ପାଇଁ ଆମ ଆତ୍ମା ସମ୍ମିଳିତ ହୋଇଛି। ପୁଣି ତୁମକୁ ପାଇବା ପର୍ଯ୍ୟନ୍ତ ପ୍ରତୀକ୍ଷା କରୁଛି।

ସୂଚନାଯୋଗ୍ୟ, ଷ୍ଟ୍ରିକ୍‌ ‘କଲୋନ୍’ ଓ ‘ଲିଭର୍‌’ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ।

ଉଲ୍ଲେଖଯୋଗ୍ୟ, ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍‌ ଅଲ୍‌ରାଉଣ୍ଡର୍‌ ହିଥ୍‌ ‌ଷ୍ଟ୍ରିକ୍‌ଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କର ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରି ଓଲଙ୍ଗ୍‌ ‘ଏକ୍ସ୍‌’ କରି ଅଗଷ୍ଟ ୨୩ ତାରିଖ ଦିନ ସୂଚନା ଦେଇଥିଲେ। କିନ୍ତୁ, ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ସଂକ୍ରାନ୍ତରେ କୌଣସି ଔପଚାରିକ ଘୋଷଣା କରାଯାଇ ନ ଥିଲା।

ବିଶ୍ବବ୍ୟାପୀ ମୃତ୍ୟୁ ସମ୍ବାଦ ପ୍ରସାରିତ ହେବା ପରେ ଜିମ୍ବାୱେ କ୍ରିକେଟ୍‌ର ପୂର୍ବତନ ଅଲ୍‌ରାଉଣ୍ଡର୍‌ ହିଥ୍‌ ଷ୍ଟ୍ରିକ୍‌ ମରି ନାହାନ୍ତି ବୋଲି ‘ସୁନିଶ୍ଚିତ’ କରି ତାଙ୍କର ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରି ଓଲଙ୍ଗ୍‌  ପୁଣି ‘ଏକ୍ସ୍‌’ କରି ସୂଚନା ଦେଇଥିଲେ।

ବୋଲିଙ୍ଗ୍‌ କ୍ଷେତ୍ରରେ ଷ୍ଟ୍ରିକ୍‌ଙ୍କର ଅସାଧାରଣ ଦକ୍ଷତା ଥିଲେ ବି ବ୍ୟାଟିଙ୍ଗ୍‌ରେ ବି ତାଙ୍କର କମ୍‌ ପାରଦର୍ଶିତା ନ ଥିଲା। ତାଙ୍କ କ୍ରିକେଟ୍‌ କ୍ୟାରିୟର୍‌ରେ ସେ ୧୯୯୦ ‘ଟେଷ୍ଟ୍‌ ରନ୍‌’ ଓ ୨୯୪୩ ‘ଓଡିଆଇ’ ରନ୍‌ ସଂଗ୍ରହ କରିଥିଲେ। ତାଙ୍କର ଏକମାତ୍ର ଟେଷ୍ଟ୍‌ ଶତକ ହେଉଛି ହେରାରେ ଠାରେ ସେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ସଂଗ୍ରହ କରିଥିବା ୧୨୭ ରନ୍‌। ଏହି ମ୍ୟାଚ୍‌ରେ ସେ ‘ନଟ୍‌ ଆଉଟ୍‌’ ରହିଥିଲେ।

Image Courtesy of CricketKeeda

୧୯୯୩ରେ ସର୍ବ ପ୍ରଥମେ ପାକିସ୍ତାନ ବିପକ୍ଷରେ ଖେଳି ଷ୍ଟ୍ରିକ୍‌ କ୍ରିକେଟ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ। ରାୱଲ୍‌ ପିଣ୍ଡିରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ୍‌ରେ ୮ଟି ୱିକେଟ୍‌ନେଇ ସୁଖ୍ୟାତି ଅର୍ଜନ କରିଥିଲେ। ୨୦୦୫ରେ ସେ ଜିମ୍ବାୱେ କ୍ରିକେଟ୍‌ ଟିମ୍‌ରୁ ଅବ୍ୟାହତି ନେଇଥିଲେ।

ଅବସର ଗ୍ରହଣ ପରେ ସେ ଜିମ୍ବାୱେ, ସ୍କଟ୍‌ଲାଣ୍ଡ୍‌, ବାଂଲାଦେଶ, ଗୁଜରାଟ ଲାଇଅନ୍‌ସ୍‌ ଓ କୋଲ୍‌କାତା ନାଇଟ୍‌ ରାଇଡର୍‌ ପ୍ରଭୃତିଙ୍କର କୋଚ୍‌ ଭାବେ କାର୍ଯ୍ୟ କରି କ୍ରିକେଟ୍‌ ଖେଳ ସହିତ ଜଡ଼ିତ ଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button