ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ଗୁଡ
ଆଧୁନିକ ଯୁଗରେ ବିଭିନ୍ନ କାରଣରୁ ଦୁର୍ବଳ ଶିଶୁମାନେ ଜନ୍ମ ହେଉଛନ୍ତି । ଯାହା ବାପା–ମାଆଙ୍କର ଚିନ୍ତାର କାରଣ ପାଲଟିଛି । ଏଥୁପାଇଁ ଚିନ୍ତା କରନ୍ତୁ ନାହିଁ । ଗର୍ଭାବସ୍ଥାରେ ଗୁଡ ଖାଆନ୍ତୁ, ବ୍ୟାୟାମ କରନ୍ତୁ ଓ ଧୂମପାନ କିମ୍ବା ମଦ୍ୟପାନ କରୁଥିବା ବ୍ୟକ୍ତି ପାଖରୁ ଯଥା ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଏହା ଗର୍ଭସ୍ମ ଶିଶୁ ଉପରେ କୁପ୍ରଭାବ ପକାଇଥାଏ । ୧୫୦୦ ଗର୍ଭବତୀ ମହିଳାଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ, ଭାରତର ସହର ଅଞ୍ଚଳରେ ଜନ୍ମ ହେଉଥିବା ଶିଶୁଙ୍କ ମଧ୍ୟରୁ ୨୪ ପ୍ରତିଶତ ଶିଶୁ ଦୁର୍ବଳ ଓ ୧୪.୭ ପ୍ରତିଶତ ଶିଶୁଙ୍କ ଓଜନ ସାମାନ୍ୟ ରହିଥାଏ। ଜୀବନଶୈଳୀ ଶିଶୁମାନଙ୍କର ଦୁର୍ବଳତାର ମୁଖ୍ୟ କାରଣ ପାଲଟିଛି । ଗର୍ଭାବସ୍ଥାର ପ୍ରଥମ ତିନିମାସ ମହିଳାମାନଙ୍କୁ ବାନ୍ତି, ମୁଣ୍ଡ ବୁଲାଇବା ସହିତ ହାଲିଆ ମଧ୍ୟ ଲାଗିଥାଏ । ସେମାନେ ଏହି ସମୟରେ ସୀମିତ ପରିମାଣର ଭୋଜନ କରିଥାନ୍ତି । ଏହାଦ୍ୱାରା ଭୁଣକୁ କମ୍ ପୋଷଣ ମିଳିଥାଏ । ଗର୍ଭାବସ୍ଥାର ଶେଷ ତିନିମାସ ମହିଳାମାନେ ଅଧୁକ ପୋଷଣଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଏହି ସମୟ ଦିନକୁ ପାଞ୍ଚ ଛଅ ଥର ଭୋଜନ କରିବା ଦରକାର । ସେଥୁପାଇଁ କ୍ଷୀର, ମାଛ, ପ୍ରୋଟିନ୍, ଯୁକ୍ତ ପରିବା, ଡାଲି ପ୍ରଚୁର ପରିମାଣର ଖାଆନ୍ତୁ । ଖାଦ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଗୃକୋଜ ପାଣିର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିରେ ଗୁଡିକୁ ମଧ୍ୟ ସାମିଲ କରନ୍ତୁ । ସୁସ୍ମତା ଶିଶୁର ଓଜନ ବଢାଇବା ସହିତ ସୁସ୍ତ ସବଳ ଶିଶୁ ମଧ୍ୟ ଜନ୍ମ ହୋଇଥାଏ । ଚିନ୍ତାରୁ ମୁକ୍ତି ପାଇବା ନିୟମିତ ପାଇଁ ବ୍ୟାୟାମ କରନ୍ତୁ ।