news

ଭାଇରାଲ୍‌ ହେଉଛି ସଲମାନ୍‌ଙ୍କ ବର୍ଥ ଡେ’ କେକ୍‌ କଟା ଭିଡିଓ

ମୁମ୍ବାଇ: ବି’ଟାଉନ୍‌ର ‘ଦବଙ୍ଗ’ ଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କର ଆଜି ଜନ୍ମ ଦିନ। ଆଜି ୫୩ ବର୍ଷରେ ପାଦ ଥାପିଛନ୍ତି ସଲମାନ୍‌। ତେବେ ଭାଇଜାନ୍‌ଙ୍କ ବର୍ଥ ଡେ’ ସେଲିବ୍ରସେନ୍‌ ଗତ କାଲି ରାତିରୁ ଆରମ୍ଭ ହୋଇ ଯାଇଛି।

ସୂଚନା ଅନୁଯାୟୀ, ଭାଇଜାନ୍‌ଙ୍କ ପନଭେଲ୍‌ସ୍ଥିତ ଫାର୍ମ ହାଉସ୍‌ରେ ଆୟୋଜିତ ଏହି ସେଲିବ୍ରେସନ୍‌ ପାର୍ଟି ଆସନ୍ତା କାଲି ଯାଏ ଚାଲିବ।

‘ଦବଙ୍ଗ’ ଖାନ୍‌ ନିଜ ପରିବାର ଓ ନିକଟତମ ବନ୍ଧୁଙ୍କ ସହ ଏହି ଜନ୍ମ ଦିନ ପାଲୁଛନ୍ତି। ତେବେ ବର୍ଥ ଡେ’ ପାର୍ଟିରେ ସଲମାନ୍‌ଙ୍କ କେକ୍ କାଟିବା ବେଳର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏଥିରେ ନିଜ ଗେହ୍ଲା ଭଣଜା ଆହିଲ୍‌ଙ୍କୁ କୋଳରେ ଧରି ସଲମାନ୍‌ କେକ୍‌ କାଟୁଥିବା ଦେଖିବାକୁ ମିଳିଛି। ଭିଡିଓରେ ତାଙ୍କ ସହ ଭଉଣୀ ଅର୍ପିତା ଖାନ୍‌, ୟୁଲିଆ ବନ୍ତୁର ଓ ତାଙ୍କ ଅଙ୍ଗରକ୍ଷକ ସେରା ମଧ୍ୟ ନଜର ଆସିଛନ୍ତି। ସଲମାନ୍‌ଙ୍କ ଏହି ବର୍ଥ ଡେ’ ସେଲିବ୍ରେସନ୍‌ ପାର୍ଟିରେ ବଲିଉଡ୍‌ର ବହୁ ସେଲିବ୍ରିଟି ମଧ୍ୟ ସାମିଲ୍‌ ଥିଲେ।

ବର୍ଥ ଡେ’ କେକ୍‌ରେ ସଲମାନ୍‌ଙ୍କ ପ୍ରାୟ ଅନେକ ଫିଲ୍ମି କ୍ୟାରେକ୍ଟର୍‌ର ଫଟୋ ରହିଛି। ଅନ୍ୟପକ୍ଷରେ ସଲମାନ୍‌ଙ୍କ ଫ୍ୟାନ୍‌ସ୍‌ ମଧ୍ୟ କେକ୍‌ କାଟି ‘ଟାଇଗର୍‌’ ଖାନ୍‌ଙ୍କ ଜନ୍ମ ଦିନ ପାଳୁଛନ୍ତି। ଜନ୍ମଦିନରେ ଇଣ୍ଟରନେଟ୍‌ରେ ସଲମାନ୍‌ଙ୍କ ଅନେକ ଫଟୋ ଓ ଭିଡିଓ ମଧ ଭାଇରାଲ୍‌ ହେଉଛି। ଏଥିରୁ ଗୋଟିଏ ଭିଡିଓରେ ସଲମାନ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ସହ ଡ୍ୟାନ୍‌ସ୍‌ କରୁଥିବା ନଜର ଆସିଛି। ଭିଡିଓଟିକୁ ବହୁ ଲାଇକ୍‌ ବି ମିଳୁଛି।

ନିଜ ଜନ୍ମଦିନ ପରିବାର ସହ ପାଳିବା ପାଇଁ ସଲମାନ୍‌ ଏବେ ନିଜ ଅପ୍‌କମିଂ ଫିଲ୍ମ ‘ଭାରତ’ର ଶୁଟିଂରୁ ଛୁଟି ନେଇଛନ୍ତି। ଫିଲ୍ମ ‘ଭାରତ’ ଆସନ୍ତା ବର୍ଷ ଇଦ୍‌ରେ ରିଲିଜ୍‌ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button