ପୋଖରୀରେ ମାଛଧରାକୁ କେନ୍ଦ୍ର କରି ହତ୍ୟା; ଯୁବକଙ୍କୁ ଟାଙ୍ଗିଆରେ ହାଣିଲା, ଅଭିଯୁକ୍ତ ଅଟକ – bajravana
[ad_1]
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର ଟିକପାଲି ଠାରେ ଜିତେନ ଧୁବଲ (୧୯)ନାମକ ଜୈନିକ ଯୁବକକୁ ସେହି ପଡ଼ାର ଉଆଁଷୁ ପୋଢ ନାମକ ଜଣେ ଯୁବକ ହାଣିଛି। ସୂଚନା ପାଇଁ ଘଟଣା ସ୍ଥଳରୁ ମୃତ ଦେହକୁ ପୁଲିସ ଉଦ୍ଧାର କରିଥିବା ଓ ଘଟଣା ତଦନ୍ତ କରିବା ସହିତ ବିଭିନ୍ନ ରାସ୍ତାକୁ ସିଲ କରି ତଲାସୀ କରୁଥିବା ବେଳେ ଅଭିଯୁକ୍ତ ଫେରାର ମାରୁଥିବା ସମୟରେ ପୁଲିସ କାବୁ କରି ଅଟକ ରଖିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଜିତେନ ଓ ଉଆଁଷୁ ମଧ୍ୟରେ ପୂର୍ବ ଶତୃତା ରହିଥିଲା। ଗୁରୁବାର ସକାଳୁ ଟିକପାଲି ଠାରେ ଥିବା ହୀରାସାଗର ପୋଖରୀରେ ଜିତେନ ଧୁବଲ(୧୯) ମାଛ ଧରୁଥିଲା। ଏହି ସମୟରେ ଉଆଁଷୁ ପୋଢ ମଧ୍ୟ ସେଠାକୁ ଆସି ମାଛ ଧରିବାକୁ ଆସିଥିଲା। ସେଠାରେ ଉଭୟଙ୍କ ମଧ୍ୟରେ ମାଛଧରାକୁ ନେଇ ବଚସା ହୋଇଥିଲା। କ୍ରମେ ବିବାଦ ବଢିବାରୁ ଉଭୟଙ୍କ ପରିବାର ଲୋକଙ୍କ ମଧ୍ୟରେ ମଧ୍ୟ ଝଗଡା ହୋଇଥିବା ସୂଚନା ମିଳିଛି। ପରେ ଯିଏ ଯାହା ଘରକୁ ଯାଇଥିଲେ। ସନ୍ଧ୍ୟାରେ ଜିତେନ ଧୁବଲ ଟିକପାଲି ରାସ୍ତାରେ(ପୋଖରୀ ନିକଟରେ ବୁଲୁଥିବା ସମୟରେ) ଏକା ଯାଉଥିବା ସମୟରେ ସେଠାକୁ ଉଆଁଷୁ ପୋଢ ଆସି ଅତର୍କିତ ଭାବେ ଜିତେନର ଗଳାକୁ ଟାଙ୍ଗିଆ ସାହାଯ୍ୟରେ ହାଣି ଫେରାର୍ ମାରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଜିତେନର ମୃତ୍ୟୁ ଘଟିଥିବା ଜଣାପଡିଛି। ଜିତେନକୁ ଟାଙ୍ଗିଆରେ ହାଣି ଉଆଁଷୁ ଘଟଣା ସ୍ଥଳରୁ ଜମି ମଧ୍ୟରେ ଦୌଡି ଫେରାର ମାରିଥିଲା। ହତ୍ୟା ହୋଇଥିବା ସୂଚନା ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିଥିଲା। ଘଟଣାସ୍ଥଳରୁ ଜିତେନର ମୃତଦେହ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନାର ଶବ ଗୃହକୁ ପଠାଇବା ସହ ହତ୍ୟାର କାରଣକୁ ନେଇ ତଦନ୍ତ କରୁଥିବା ଜଣାପଡିଛି। ତେବେ ହତ୍ୟାର କାରଣ ପୂର୍ବ ଶତ୍ରୁତା ଓ ସକାଳୁ ମାଛ ଧରାକୁ ନେଇ ଝାମେଲାରୁ ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଛି। ଅପରପକ୍ଷରେ ଫେରାର୍ ମାରୁଥିବା ବେଳେ ପୁଲିସ ବିଭିନ୍ନ ରାସ୍ତାରେ ଚେକିଂ କରି ଅଭିଯୁକ୍ତ ଉଆଁଷୁକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ପାଟଣାଗଡ଼ ପୁଲିସ କେସ ନଂ ୧୯୬/୨୩ଏକ ମାମଲା ରଜୁ କରି ଉଆଁଷୁକୁ ଅଟକ ରଖି ଅଧିକ ପଚରା ଉଚୁରା କରୁଥିବା ଜଣାପଡିଛି।
[ad_2]