୧୬ କୋଟି ଟଙ୍କାରେ ବିକ୍ରି ହେଲା ପୋଡା କାର୍ – bajravana
[ad_1]
ନୂଆଦିଲ୍ଲୀ, ୩୦/୦୮ : ଆମେରିକାରେ ଏକ ପରିତ୍ୟକ୍ତ ପୋଡ଼ା କାର୍ର ଭଗ୍ନାବଶେଷକୁ ଜଣେ ନିଲାମଧାରୀ ୨୦ ଲକ୍ଷ ଡଲାର ବା ପ୍ରାୟ ସାଢ଼େ ୧୬ କୋଟି ଟଙ୍କାରେ କିଣିଛନ୍ତି। ୧୯୫୪ ମସିହାରେ ନିର୍ମିତ ଏହି ‘୫୦୦ ମଣ୍ଡିଆଲ୍ ସ୍ପାଇଡର ସିରିଜ୍-୧’ ଗାଡ଼ିଟି ସେହିବର୍ଷ ପ୍ରଥମ କରି ୧,୦୦୦ ମାଇଲ୍ ବିଶିଷ୍ଟ ଇଟାଲି କାର୍ଦୌଡ଼ରେ ଭାଗ ନେଇଥିଲା। କାର୍ଟି ସଂଖ୍ୟାଧିକ ପ୍ରତିଯୋଗିତାରେ ଭାଗନେଇ ଅନେକ ଥର ଦୁର୍ଘଟଣାର ଶିକାର ମଧ୍ୟ ହୋଇଛି। ଶେଷ ଥର ଏହା ଦୁର୍ଘଟଣାଗ୍ରସ୍ତ ହୋଇ ସଂପୂର୍ଣ୍ଣ ଜଳିଯାଇଥିଲା। ୨୦୦୪ରେ ଫ୍ଲୋରିଡାରେ ସଂଘଟିତ ଝଡ଼ରେ ଏକ ଘରର ଛାତ ଉଡ଼ିଗଲା ପରେ ସେଥିରେ ରହିଥିବା ପୁରୁଣା କାର୍ଗୁଡ଼ିକ ଲୋକଲୋଚନକୁ ଆସିଥିଲା। ସେଥିରେ ଥିବା ୧୯ଟି ଅନ୍ୟାନ୍ୟ ଫରାରି କାର୍ ମଧ୍ୟରେ ଏହି ‘ମଣ୍ଡିଆଲ୍’ କାର୍ଟି ଥିଲା। ତାହାକୁ ଉଦ୍ଧାର କରି ନିଲାମକାରୀ ଆର୍ଏମ୍ ସୁଥ୍ବି ପାଖରେ ରଖିଥିଲେ । ଶେଷରେ ନିଲାମ ମାଧ୍ୟମରେ ଏହାର ଅବକ୍ଷୟପ୍ରାପ୍ତ ଅବଶିଷ୍ଟାଂଶ ଖୋଳକୁ ୧୫ ଲକ୍ଷ ପାଉଣ୍ଡ୍ ବା ପ୍ରାୟ ୨୦ ଲକ୍ଷ ଡଲାରରେ ବିକ୍ରି କରାଯାଇଛି।
[ad_2]