‘ସିନେମା ରିଲିଜ ପରେ ସନ୍ନିଙ୍କୁ ଫୋନ କଲା ବେଳକୁ ସେ ଭୋଭୋ ହୋଇ କାନ୍ଦୁଥିଲେ’: ନିର୍ଦ୍ଦେଶକ – bajravana
[ad_1]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ସିନେମା ‘ଗଦର-୨’ ଅଗଷ୍ଟ ୧୧ରେ ରିଲିଜ ହୋଇଥିଲା। ସେବେଠାରୁ ସିନେମା ବକ୍ସ ଅଫିସରେ ତାର ଜଲୱା ଦେଖାଇ ଚାଲିଛି। ସିନେମାଟି ଏଯାବତ ୪୦୦କୋଟି ଟଙ୍କାରୁ ଅଧିକ ଆୟ କରି ସାରିଲାଣି।
‘ଗଦର-୨’ର ନିର୍ଦ୍ଦେଶକ ଅନିଲ ଶର୍ମା ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘ସିନେମା ରିଲିଜର କିଛିଘଣ୍ଟା ମଧ୍ୟରେ ସନ୍ନି ଭାବବିହ୍ବଳ ହୋଇଯାଇଥିଲେ। ଫୋନ କରିବାରୁ ସେ ବହୁତ କାନ୍ଦିଥିଲେ। ଜି-ଷ୍ଡୁଡିୟର ମାର୍କେଟିଂ ଟିମ ସିନେମାର ସକାଳ ୩ଟାରେ ସୋ’ ରଖିଥିଲେ। ଏହି ବିଷୟରେ ମୋତେ କିଛି ଜଣାଯାଇ ନଥିଲା। କାଳେ ମୁଁ ରାଜି ହେବି କି ନାହିଁ।
ସକାଳ ମୋ ସ୍ତ୍ରୀ ଉଠାଇ ଗଦର-୨କୁ ନେଇ ଆସୁଥିବା ଭଲ ପ୍ରତିକ୍ରିୟା ବିଷୟରେ ଜଣାଇଥିଲେ। ମୁଁ ଅନଲାଇନରେ ଲୋକେ ଦେଇଥିବା ପ୍ରତିକ୍ରିୟା ପଢ଼ି ଆଶ୍ଚର୍ଯ୍ୟ ହୋଇଯାଇଥିଲି। କିଛି ଘଣ୍ଟା ଧରି ମୁଁ କେବଳ ଲୋକଙ୍କ ପ୍ରତିକ୍ରିୟା ହିଁ ପଢ଼ି ଚାଲିଥିଲି। ଏହାପରେ ମୁଁ ସନ୍ନିଙ୍କୁ ଫୋନ କରିଥିଲି। ସେ ଫୋନରେ ଭୋଭୋ ହୋଇ କାନ୍ଦିଥିଲେ। ମୁଁ ପ୍ରଥମଥର ତାଙ୍କୁ କାନ୍ଦିବାର ଶୁଣିଥିଲି। ଏହାପରେ ମୁଁ ଓ ମୋ ସ୍ତ୍ରୀ ବି କାନ୍ଦିଥିଲୁ। ଏହା ଅତ୍ୟନ୍ତ ଭାବବିହ୍ବଳର ମୁହୂର୍ତ୍ତ ଥିଲା।’
ସନ୍ନି ସିନେମା ରିଲିଜ ପରେ ଭାବବିହ୍ବଳ ହୋଇ ଏକ ପୋଷ୍ଟ କରିଥିଲେ, ‘ଯେଉଁଥିରେ ସେ କହିଥିଲେ,‘ମୁଁ ଜାଣିଛି ଆପଣମାନେ ତାରା ସିଂହ ଓ ସକିନାଙ୍କୁ ବହୁତ ଭଲ ପାଆନ୍ତି। ବାସ କେବଳ ଏତିକି କହିବି ଆପଣଙ୍କ ପରିବାର ସେମିତି ଅଛି ଯେମିତି ଆପଣମାନେ ଛାଡ଼ିଥିଲେ। ଆପଣ ଯେତେବେଳେ ତାଙ୍କୁ ଦେଖିବାକୁ ଯିବେ ବହୁତ ଖୁସି ହୋଇଯିବେ। ଯଦି କିଛି ତ୍ରୁଟି ଥାଏ କ୍ଷମା କରିଦେବେ।’
[ad_2]