‘ଶାନ୍ତିନିକେତନ ସହ ଚିତ୍ତଭାଇଙ୍କର ଥିଲା ନିବିଡ଼ ସଂପର୍କ’ – bajravana
[ad_1]
ଭୁବନେଶ୍ୱର: ବିଶ୍ୱଭାରତୀ, ଶାନ୍ତନିକେତନର ଓଡ଼ିଆ ବିଭାଗରେ ଚିତ୍ତରଂଜନ ଦାସ (ଚିତ୍ତଭାଇ) ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାଷାଭବନର ଅଧ୍ୟକ୍ଷ ପ୍ରଫେସର ସବିତା ପ୍ରଧାନ ଏହାକୁ ଉଦ୍ଘାଟନ କରିଥିଲେ। ସସ୍ମିତା, ବାଦଲ ଓ ରାମପ୍ରକାଶଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ ପରେ ଆଲୋଚନାଚକ୍ରର ସୂଚନା ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ସଂଚାଳକ ପ୍ରଫେସର ମନୋରଂଜନ ପ୍ରଧାନ। ସମ୍ମାନିତ ଅତିଥି ଭାରତ ଭୂଷଣ ମହାନ୍ତି ଚିତ୍ତରଂଜନଙ୍କ ସାହିତ୍ୟିକ, ଶିକ୍ଷକ ଓ ଦାର୍ଶନିକ ବ୍ୟକ୍ତିତ୍ୱ ସଂପର୍କରେ ମତ ରଖିବା ପରେ ସଭାପତି ଅଭିଭାଷଣ ପ୍ରଦାନ କରି ଶାନ୍ତିନିକେତନ ସହିତ ଚିତ୍ତଭାଇଙ୍କ ନିବିଡ଼ ସଂପର୍କକୁ ଗୁରୁତ୍ୱର ସହ ଦର୍ଶାଇଥିଲେ।
ଉଦ୍ଘାଟନ ଉତ୍ସବରେ ଧନ୍ୟବାଦ ପ୍ରଦାନ କରିଥିଲେ ଛାତ୍ରସଂପାଦକ ବିଶ୍ୱରଂଜନ ମହାନ୍ତି। ଦ୍ୱିତୀୟ ଅଧିବେଶନରେ ଡକ୍ଟର ପ୍ରଭାତ ମଲ୍ଲିକଙ୍କ ସଭାପତିତ୍ୱରେ ପ୍ରବନ୍ଧ ପାଠ କରିଥିଲେ ଡ. ପ୍ରମିଳା ପାଟୁଳିଆ, ଡ. ରବୀନ୍ଦ୍ର କୁମାର ଦାସ, ଡ. ଇନ୍ଦ୍ରମଣି ସାହୁ ଓ ଡ. ନଗେନ୍ ଦାସ। ନୂତନ ଦୃଷ୍ଟିକୋଣରୁ ପ୍ରତ୍ୟେକଟି ଲେଖାକୁ ପ୍ରଶଂସା କରିବା ସହିତ ଏହାର ପ୍ରକାଶନ ପାଇଁ ଶତବାର୍ଷିକୀ କମିଟି ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ସଭାପତି ମତ ଦେଇଥିଲେ। କମିଟିର ଅନ୍ୟତମ ବିଶିଷ୍ଟ ସଦସ୍ୟ ଭାରତ ଭୂଷଣ ମହାନ୍ତି ଏହାକୁ ସାଦରେ ଗ୍ରହଣ କରି ‘‘ଶାନ୍ତିନିକେତନ ଓ ଚିତ୍ତରଂଜନ’’ ଶିରୋନାମରେ ପ୍ରକାଶ କରିବାର ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ସଂପାଦକ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
[ad_2]