ଦେଶ ବିଦେଶ

୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା ମନା – bajravana

[ad_1]

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଯଦି କ୍ଲାସରେ ଆପଣଙ୍କର ଉପସ୍ଥାନ କମ୍ ରହୁଛି ତେବେ ଜାଣି ରଖନ୍ତୁ । କମ୍ ଉପସ୍ଥାନ ଥିଲେ ଆପଣ ପରୀକ୍ଷା ଦେବାରୁ ବଞ୍ଚିତ ହୋଇ ପାରନ୍ତି । ଯେଉଁ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ୭୫ ପ୍ରତିଶତରୁ କମ୍ ରହିଥିବ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ । ଏନେଇ ରାଜଭବନ ପକ୍ଷରୁ ସମସ୍ତ କୁଳପତିଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟପାଳଙ୍କ ମୁଖ୍ୟ ସଚିବ ସମସ୍ତ କୁଳପତିଙ୍କ ନିକଟକୁ ଲେଖିଥିବା ପତ୍ରରେ କହିଛନ୍ତି, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀଙ୍କର ଶ୍ରେଣୀରେ ୭୫ ପ୍ରତିଶତରୁ କମ୍ ଉପସ୍ଥାନ ରହିଥିଲେ ବି ସେମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଉଛି । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଏପରି ଅନେକ ଥର ଦେଖିବାକୁ ମିଳୁଛି । ତେଣୁ ଯେଉଁ ଛାତ୍ରଛାତ୍ରୀଙ୍କର କ୍ଲାସରେ ୭୫ ପ୍ରତିଶତ ଉପସ୍ଥାନ ନଥିବ ସେମାନେ ଉପଯୁକ୍ତ କାରଣ ପ୍ରଦାନ ନକରିବା ପର୍ଯ୍ୟନ୍ତ ସେମାନଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ ନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button