ଜ୍ୟୋତିଷ

କଣ ଆପଣଙ୍କ ଜନ୍ମ ଶିନିବାର ରେ ହୋଇଛି ? ତେବେ ନିଶ୍ଚୟ ପଢନ୍ତୁ ଏହି ଖବର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶନିବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ଦୁନିଆରେ ଥିବା ପ୍ରତ୍ୟେକ ବ୍ୟକ୍ତି ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି। ଆଚାର, ବିଚାର, ବ୍ୟବହାର ଆଦି ଦୃଷ୍ଟି ରୁ ପ୍ରତ୍ୟେକ ବ୍ୟକ୍ତି ସମ୍ପୂର୍ଣ୍ଣ ଅଲଗା ହୋଇଥାନ୍ତି। ଏହି ଦୁନିଆରେ ଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନ ସେମାନଙ୍କ ଗ୍ରହ ସହିତ ଜଡ଼ିତ ଥାଏ ଏବଂ ଗ୍ରହ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ର ଆର୍ଥିକ ସ୍ଥିତି, ବ୍ୟକିତ୍ବ, ପରିବାର, ସ୍ୱାସ୍ଥ୍ୟ, ସୁଖ ଶାନ୍ତି ଆଦି ଗ୍ରହ ମାନଙ୍କ ଉପରେ ନିର୍ଭରଶୀଳ ହୋଇଥାଏ। ବନ୍ଧୁଗଣ ଜଣେ ବ୍ୟକ୍ତି ଯେଉଁ ବାରରେ ଜନ୍ମ ଗ୍ରହଣ କରିଥାଏ ତାହା ଦ୍ଵାରା ମଧ୍ୟ ସେହି ବ୍ୟକ୍ତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଭାବରେ ଜଣାପଡ଼ିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶନିବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଙ୍କ ସମ୍ବନ୍ଧରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଶନିବାର ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି କିପରି ହୋଇଥାନ୍ତି।

୧. ଶାରୀରିକ ଦୃଷ୍ଟି ଏବଂ ବ୍ୟକ୍ତିତ୍ୱ- ବନ୍ଧୁଗଣ ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ଉପରେ ଶନି ଗ୍ରହ ର ବିଶେଷ ପ୍ରଭାବ ରହିଥାଏ। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ କ୍ରୋଧିତ ସ୍ୱଭାବ ର ହୋଇଥାନ୍ତି।ଏମାନେ କେବେବି ନିଜର ଅପମାନ କୁ ଭୁଲି ନଥାନ୍ତି ଏବଂ ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଜୀବନ ରେ ଭାବିଚିନ୍ତି କାର୍ଯ୍ୟ କରିଥାନ୍ତି।ଏହି ବ୍ୟକ୍ତି ମାନେ ବହୁତ ଅଳସୁଆ ହୋଇଥାନ୍ତି ଏବଂ କୌଣସି କାର୍ଯ୍ୟ କୁ ବିଳମ୍ବ ରେ ପୂର୍ଣ କରିଥାନ୍ତି।

୨. କ୍ୟାରିଅର- ବନ୍ଧୁଗଣ ଶନିବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି, ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଜୀବନରେ ସମସ୍ତ କ୍ଷେତ୍ର ରେ ସ୍ୱୟଂ ନିଜେ ନିଷ୍ପତ୍ତି ନେଇଥାନ୍ତି।ଏମାନେ ନିଜ କ୍ୟାରିଅର ରେ ସଫଳତା ହାସଲ କରିଥାନ୍ତି। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ବୁଦ୍ଧି ତଥା ଶାରୀରିକ ବଳ ପ୍ରୟୋଗ କରି ସମସ୍ତ କାର୍ଯ୍ୟ କୁ ସମ୍ପନ୍ନ କରିଥାନ୍ତି। ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ପ୍ରାୟତଃ କୃଷି, ବିଜ୍ଞାନ, ଟେକ୍ନୋଲୋଜି କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥାନ୍ତି।

୩. ପ୍ରେମ ତଥା ବୈବାହିକ ଜୀବନ- ବନ୍ଧୁଗଣ ଶନିବାର ରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଙ୍କ ଜୀବନ ସାଥି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ସମ୍ପର୍କରେ ଯେତେବି ତିକ୍ତତା ସୃଷ୍ଟି ହେଲେ ମଧ୍ୟ ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଜୀବନ ସାଥୀଙ୍କ ଠାରୁ କେବେବି ଅଲଗା ହୁଅନ୍ତି ନାହିଁ।ଏମାନଙ୍କ ସମ୍ପର୍କ ରେ କ୍ଳେଶ ସୃଷ୍ଟି ହୋଇଥାଏ ସତ କିନ୍ତୁ ଏମାନେ ନିଜ ସମ୍ପର୍କ ରେ ତିକ୍ତତା ସୃଷ୍ଟି ହେବାକୁ ଦିଅନ୍ତି ନାହିଁ।ଏମାନଙ୍କ ଉପରେ ପରିବାର ର ସମ୍ପୂର୍ଣ୍ଣ ଦାୟିତ୍ବ ରହିଥାଏ।

୪. ସ୍ୱାସ୍ଥ୍ୟ- ବନ୍ଧୁଗଣ ଶନିବାର ରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଙ୍କ ଶରୀର ପ୍ରାୟତଃ ସୁସ୍ଥ ରହିଥାଏ। ଏମାନଙ୍କ ଆୟୁ ଦୀର୍ଘ ହୋଇଥାଏ।କିନ୍ତୁ ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ହାଡ଼ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ।

ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ପାଇଁ କିଛି ଖାସ ଟିପ୍ସ-

୧. ଏହି ବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ମହାଲକ୍ଷ୍ମୀ ଙ୍କ ପୂଜା କରନ୍ତୁ।

୨. ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ପ୍ରାୟତଃ ଦୁଃଖ ରେ ରହିଥାନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରନ୍ତୁ।

ଶନିବାର ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଙ୍କ ଜାତକ-

୧. ଶୁଭ ଅଙ୍କ- ୩, ୬,୯

୨. ଶୁଭ ରଙ୍ଗ-କଳା ଏବଂ ଜାମୁକୋଳି ରଙ୍ଗ

୩. ଶୁଭ ଦିନ- ଶନିବାର, ଶୁକ୍ରବାର, ବୁଧବାର।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button