ଅପରାଧ

ସ୍ତ୍ରୀକୁ ଲଜ୍‌ରୁ ଧରିଲା ସ୍ବାମୀ – bajravana

[ad_1]

ଭୁବନେଶ୍ବର: ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ଧରିଲେ ସ୍ବାମୀ। ଅସଂଯତ ଅବସ୍ଥାରେ ଅଶୋକନଗର ସ୍ଥିତ ଲଜ୍‌ରୁ ତାଙ୍କୁ ଉଦ୍ଧାର କଲେ ସ୍ବାମୀ। ଏହାସହ ସ୍ତ୍ରୀ ଘରୁ ଚୋରାଇ ନେଇଥିବା ସୁନାଗହଣା ମଧ୍ୟ ହୋଟେଲ ରୁମ୍‌ରୁ ଉଦ୍ଧାର କରିଛନ୍ତି। କ୍ୟାପିଟାଲ ଥାନା ପୁଲିସ ଉଭୟଙ୍କୁ ଉଦ୍ଧାର କରି ଜଙ୍କିଆ ପୁଲିସକୁ ହସ୍ତାନ୍ତର କରିଛି। ସୂଚନା ଅନୁସାରେ, ଜଙ୍କିଆ ଅଞ୍ଚଳ ମୋଟା ଗ୍ରାମର ବଳରାମ ଜେନା ଗତ ୨୦୧୭ ମସିହାରେ ପ୍ରେମ ବିବାହ କରିଥିଲେ। ବିବାହର କିଛିଦିନ ପରେ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା। ଖର୍ଚ୍ଚ ବଢ଼ିବାରୁ ଅଧିକ ରୋଜଗାର ଆଶା‌ରେ ବଳରାମ ଭୁବନେଶ୍ବର ଆସି ଏକ କମ୍ପାନିରେ ଗାଡ଼ି ଚଳାଇ ରୋଜଗାର ଟଙ୍କା ପରିବାର ନିକଟକୁ ପଠାଉଥିଲେ। ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଗତ ୧୪ ତାରିଖରେ ବଳରାମଙ୍କ ସ୍ତ୍ରୀ ଘରେ କେହି ନଥିବାବେ‌ଳେ ଘରୁ ସୁନାଗହଣା ସହ ୨୫ ହଜାର ଟଙ୍କା ଓ ପୁଅକୁ ନେଇ କେଉଁ ଆଡ଼େ ଚାଲି ଯାଇଥିବା ଜଙ୍କିଆ ଥାନାରେ ବଳରାମ ଅଭିଯୋଗ କରିଥିଲେ। କିନ୍ତୁ ଗତକାଲି ତାଙ୍କ ସ୍ତ୍ରୀ ଗାଁର ଜଣେ ଯୁବକ ସହ ପଳାଇଯାଇଥିବା କୌଣସି ସୂତ୍ରରୁ ଖବର ପାଇଥିଲେ। ତେଣୁ ଗତକାଲି ‌‌ସେ ଉକ୍ତ ଯୁବକର ପିଛା କରି ଆସି ଭୁବନେଶ୍ବର ଆଶୋକ ନଗରସ୍ଥିତ ଏକ ହୋଟେଲରେ ପହଞ୍ଚିଥିଲେ।

ପଚରାଉଚରାରୁ ଜାଣିବାକୁ ପାଇଥିଲେ ଯେ ଉକ୍ତ ଯୁବକ ଜଣକ ତାଙ୍କ ସ୍ତ୍ରୀ ଓ ପିଲାକୁ ଆଣି ସେହି ହୋଟେଲରେ ଦୁଇଦିନ ‌ହେଲା ରହୁଛି। ଏହା ଜାଣିବା ପରେ ସ୍ତ୍ରୀକୁ ପ୍ରମାଣ ସହ ଧରିବାକୁ ପରିବାର ଲୋକଙ୍କୁ ଖବରଦେବା ସହ କ୍ୟ‌ାପିଟାଲ ଥାନା ପୁଲିସକୁ ମଧ୍ୟ ଖବର ଦେଇଥିଲେ। ପୁଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବଳରାମ ବିଭୂତି ରହୁଥିବା ରୁମ୍‌କୁ ଖୋଲିବାକୁ ବାଧ୍ୟ କରିଥିଲେ। ସେହି ସମୟରେ ଦୁହିଁଙ୍କୁ ଅସଂଯତ ଅବସ୍ଥାରେ ଧରିବା ସହ ହୋଟେଲ ରୁମ୍‌ ମଧ୍ୟରେ ପୁଅକୁ ପାଇଥିଲେ। ସ୍ତ୍ରୀ ଘରୁ ଚୋରାଇ ଆଣିଥିବା ସୁନାଗହଣା ସବୁ ମଧ୍ୟ ଉଦ୍ଧାର କରିଥିଲେ। କ୍ୟାପିଟାଲ ଥାନା ପୁଲିସ ଦୁହିଁଙ୍କୁ ଜଙ୍କିଆ ପୁଲିସକୁ ହସ୍ତାନ୍ତର କରିଛି। ଏ ନେଇ ବିଭୂତି ଜଙ୍କିଆ ଥାନାରେ ଆଉ ଏକ ମାମଲା ରୁଜୁ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button