ଜେଲ୍ରୁ ଫେରାର କଏଦୀର ଉନ୍ମତ୍ତକାଣ୍ଡ: ଆଈକୁ ହତ୍ୟା, ଆକ୍ରମଣରେ ପରିବାରର ୩ ଗୁରୁତର – bajravana
[ad_1]
ଜଗତସିଂହପୁର/ବାଲିକୁଦା: ଜେଲ୍ରୁ ଫେରାର ହୋଇଯାଇଥିବା ଜଣେ କଏଦୀ ନିଜ ଆଈକୁ କଟୁରିରେ ହାଣି ହତ୍ୟା କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଗଦେଇଗିରି ଗାଁରେ। ଆଳିପିଙ୍ଗଳ ଜେଲ କାନ୍ଥ ଡେଇଁ ଫେରାର ଥିବା କଏଦୀ ଜୀବନଜ୍ୟୋତି ସାହୁ ଓରଫ ସମୀର (୨୬) ଏଭଳି କାଣ୍ଡ ଘଟାଇଛି। ସମୀର ଆକ୍ରମଣରେ ପ୍ରାଣ ହରାଇଥିବା ମହିଳା ଜଣକ ହେଲେ ସଖିଲତା ସାହୁ। ଏହି ଘଟଣାରେ ହେମଲତା ଦାସ, ସନ୍ଧ୍ୟାରାଣୀ ଦାସ ଓ ତିନି ବର୍ଷର ଶିଶୁ କନ୍ୟା ଗୌରୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଆତଙ୍କ କରିଥିବା ସମୀରକୁ ଗ୍ରାମବାସୀ କାବୁ କରି ପୁଲିସ ଜିମା ଦେଇଛନ୍ତି। ପୁଲିସ ସମୀରକୁ ଥାନାରେ ଅଟକ ରଖି ଜେରା କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ସମୀର ନିଜ ଗାଁର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜେଲ୍ରେ ଥିଲା। ମାତ୍ର ଗତବର୍ଷ ଏପ୍ରିଲ ୧୭ ତାରିଖରେ ସେ ଆଳିପିଙ୍ଗଳ ଜେଲ୍ କାନ୍ଥ ଡେଇଁ ଫେରାର ହୋଇଯାଇଥିଲା। ପୁଲିସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲେ ମଧ୍ୟ ତାର ପତ୍ତା ପାଇ ନଥିଲା। ଜେଲ୍ରୁ ଫେରାର ହୋଇଯିବା ପରେ ସମୀର କେଉଁଠି ରହୁଥିଲା ଓ କୁଆଡ଼େ ବୁଲୁଥିଲା, କାହା ପାଖରେ ଖବର ନଥିଲା। ମାତ୍ର ଆଖପାଖ ଅଞ୍ଚଳରେ ସେ କିଛି ଦିନ ହେଲା ବୁଲୁଥିବା କିଛି ଗ୍ରାମବାସୀ ଦାବି କରିଛନ୍ତି। କିନ୍ତୁ ଆଜି ହଠାତ ସେ ନିଜ ଘରେ ପହଞ୍ଚିଥିଲା। ସେତେବେଳକୁ ସମୀରର ମା ମଜୁରି ଖଟିବାକୁ ଯାଇଥିବା ବେଳେ ଘରେ ବାପା ଓ ଆଈ ସଖୀଲତା ଥିଲେ। ସମୀରର ମାମୁଁ ଘର ନାଖସର ହୋଇଥିବାରୁ ସଖୀଲତା ପ୍ରାୟ ସବୁଦିନ ସକାଳୁ ଚା ପିଇବା ପାଇଁ ସେଠାକୁ ଯାଆନ୍ତି। ଘରେ ସମୀରକୁ ଦେଖି ଏହି ଦୁଇ ଜଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେଉଁ ଝିଅ ପାଇଁ ତାକୁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥିଲା, ତାକୁ ସାଥୀରେ ନେଇ ଏଠାରୁ ପଳାଇବି ବୋଲ ସେ କହିଥିଲା। ଏହାକୁ ତା ବାପା ଓ ଆଈ ବିରୋଧ କରିଥିଲେ। ଯେହେତୁ ସେହି ଝିଅ ପାଇଁ ଏତେ ସବୁ ଘଟଣା ଘଟିଲା, ସେଥିପାଇଁ ସେଥିରୁ ନିବୃତ୍ତ ରହିବାକୁ ସେମାନେ ପରାମର୍ଶ ଦେଇଥିଲେ। ମାତ୍ର ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସମୀର ପାଖରେ ରଖିଥିବା କଟୁରିରେ ପ୍ରଥମେ ସଖୀଲତାଙ୍କ ବେକକୁ ଚୋଟ ପକାଇଥିଲା। ସମୀରର କଟୁରି ଚୋଟରେ ସଖୀଲତାଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥଲା।
ଏହାପରେ ସେ ଯେଉଁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା, ତାଙ୍କ ଘରେ ପହଞ୍ଚିଥିଲା। ଏହି ସମୟରେ ଉକ୍ତ ନାବାଳିକା ଓ ତାଙ୍କ ମା ସକାଳ ଜଳଖିଆ ଖାଉଥିଲେ। ନାବାଳିକାଙ୍କୁ ଜୋର ଜବରଦସ୍ତ ଘରୁ ଭିଡ଼ି ନେବା ପାଇଁ ସମୀର ଉଦ୍ୟମ କରୁଥିବା ବେଳେ ନାବାଳିକାର ମା ସନ୍ଧ୍ୟାରାଣୀ ଓ ହେମଲତା ବାଧା ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସମୀର ସେମାନଙ୍କୁ ବି କଟୁରିରେ ଚୋଟ ପକାଇଥିଲା। ସନ୍ଧ୍ୟାରାଣୀଙ୍କର ଆଙ୍ଗୁଠି ଓ ହେମଲତାଙ୍କର ଗାଲରେ କୁଟୁରି ଚୋଟ ବାଜି ଥିଲା। ଏହି ଘଟଣାରେ ସେଠାରେ ଥିବା ତିନି ବର୍ଷର ଗୌରୀ ମଧ୍ୟ ଆହତ ହୋଇଥିଲା। କିନ୍ତୁ ସେଠାରେ ଗ୍ରାମବାସୀମାନେ ଏକାଠି ହୋଇ ସମୀରକୁ କାବୁ କରି ନେଇଥିଲେ। ଆହତ ମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ଗାଁରେ ଆତଙ୍କ ଖେଳି ଯାଇଥିଲା।
[ad_2]