ଓଡିଶା
ବିଚାରଧୀନ କଏଦୀଙ୍କ ମୃତ୍ୟୁ, ଅସୁସ୍ଥତା ଯୋଗୁ ମେଡିକାଲରେ ହୋଇଥିଲେ ଭର୍ତ୍ତି
ବଲାଙ୍ଗିର: ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତ ବନ୍ଦୀଙ୍କ ଜଣଙ୍କ ହେଲେ ତୁରକେଲା ଥାନା ତୁରକେଲା ଗାଁର ୮୬ ବର୍ଷୀୟ ଗୁରୁଦେବ ଦୀପ । ଗତକାଲି ରାତିରେ ଗୁରୁଦେବ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗୁରୁଦେବଙ୍କ ମୃତ୍ୟୁ ହୋଇଛି।
ସୂଚନା ଯୋଗ୍ୟ ୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା । ୱାରେଣ୍ଟ ବଳରେ ତୁରକେଲା ପୁଲିସ ଗତ ୧୯ ତାରିଖ ଦିନ ଗୁରୁଦେବକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ୧୯ ତାରିଖରୁ ସେ ବଲାଙ୍ଗିର ଜେଲ୍ରେ ଥିଲେ। କଏଦୀଙ୍କ ମୃତ୍ୟୁ ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏଥିସହ ମୃତ ବନ୍ଦୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛି।