ଓଡିଶା

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ: ସାତ ପାହାଚ ଦ୍ବାର ଦେଇ ପ୍ରବେଶ ଘଣ୍ଟି ଓ ଗାରଦ ଦ୍ବାର ଦେଇ ପ୍ରସ୍ଥାନ

ପୁରୀ : ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ । ଜାନୁଆରୀ ୧ ତାରିଖରେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ । ଏଥିପାଇଁ ୨୭ ଏବଂ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କାର୍ଯ୍ୟକାରୀ ହେବ । ଡିସେମ୍ବର ୩୦ ଓ ୩୧ ତାରିଖରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେହିପରି ଜାନୁଆରୀ ୧ ତାରିଖରୁ ନିୟମିତ ଧାଡି ଦର୍ଶନ ହେବ । ସାତ ପାହାଚ ଦ୍ବାର ଦେଇ ପ୍ରବେଶ, ଘଣ୍ଟି ଓ ଗାରଦ ଦ୍ବାର ଦେଇ ପ୍ରସ୍ଥାନ କରାଯିବ । ଘଣ୍ଟି ଦ୍ୱାରରେ ମହିଳା ଓ ବରିଷ୍ଠ ନାଗରିକ ବାହାରିବେ । ଗାରଦ ଦ୍ୱାରରେ ପୁରୁଷ ମାନେ ବାହାରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ଅନ୍ୟପଟେ ଦୁଇଦିନ ତଳେ ଆଇନ ମନ୍ତ୍ରୀ କହିଥିଲେ ଯେ ପରିକ୍ରମା ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ ହେବ । ପୁରୁଣା ଡିଜାଇନ ରେ କିଛି ଆଡ଼ କରାଯାଇ ନୂଆ ଡିଜାଇନ ପ୍ରସ୍ତୁତ ହେବ । ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ଏ ନେଇ ବିଚାର ବିମର୍ଶ ଚାଲିଛି । ବିଶେଷ କରି କୃତ ଯଜ୍ଞ , ଅନ୍ନ ଯଜ୍ଞ , ଜ୍ଞାନ ଯଜ୍ଞ ମଣ୍ଡପ ପାଇଁ ବି ବ୍ୟବସ୍ଥା ହେବ । ଆଲୋଚନା ଚାଲିଛି ଖୁବ୍ ଶୀଘ୍ର ସଠିକ୍ ନିଷ୍ପତ୍ତି ହେବା ପରେ କାମ ଆରମ୍ଭ ହେବ । ଦୁଇ ତିନି ମାସ ମଧ୍ୟରେ ଆରମ୍ଭ ହେବ ବୋଲି କହିଥିଲେ ଆଇନ ମନ୍ତ୍ରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button