ଦେଶ ବିଦେଶ

ଏହି ଘାସ ମଣିଷ ଏବଂ ପଶୁ ମାନଙ୍କ ପାଇଁ ସାଜେ ବିଷ, ଯାହାକୁ ଛୁଇଁବା ପରେ ହୋଇଥାଏ ବଡ ସମସ୍ୟା

ପୃଥିବୀରେ ଲକ୍ଷ ଲକ୍ଷ ପ୍ରଜାତିର ଗଛ ଏବଂ ଉଦ୍ଭିଦ ଦେଖିବାକୁ ମିଳେ । ଗଇ ଏବଂ ଉଦ୍ଭିଦ ସହିତ ଅନେକ ପ୍ରଜାତିର ଘାସ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ଘାସ ମଧ୍ୟରୁ କେତେକ ଘାସ ମଣିଷଙ୍କ ପାଇଁ ଲାଭଦାୟକ ଏବଂ ଆଉ କିଛି ଘାସ ରହିଛି ଯାହା ମଣିଷମାନଙ୍କ ପାଇଁ ବିପଜ୍ଜନକ ହୋଇଥାଏ । ଆଜି ଆପଣଙ୍କୁ ଏକ ଘାସ ବିଷୟରେ କହିବାକୁ ଯାଉଛୁ ଯାହାକୁ ଛୁଇଁଲେ ଅନେକ କ୍ଷତି କିମ୍ବା ଆଲର୍ଜି ହୋଇଥାଏ । ଏହାସା ଖାଲି ମଣିଷମାନଙ୍କ ପାଇଁ ନୁହେଁ ବରଂ ପଶୁମାନଙ୍କ ପାଇଁ ମଧ୍ୟ ବିପଜ୍ଜନକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଘାସଗୁଡିକର ନାମ ।

ଜଙ୍ଗଲି ଘାସ :
ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଘର ଚାରିପାଖରେ ଘାସ ଉଠିବା ଏକ ସାମାନ୍ୟ କଥା ହୋଇଥାଏ । ଜଙ୍ଗଲି ଘାସ ଘର ରାରିପାଖରେ ହେଉ କିମ୍ବା ଖାଲି ସ୍ଥାନରେ ଏହା ଉଠିଯାଇଥାଏ । କିନ୍ତୁ ଆଜି ଆପଣଙ୍କୁ ଏପରି ଏକ ଘାସ ବିଷୟରେ କହିବୁ ଯାହା ମଣିଷଙ୍କ ପାଇଁ କ୍ଷତି ହେବା ସହ ପଶୁମାନଙ୍କ ପାଇଁ ବିପଜ୍ଜନକ ହୋଇଥାଏ, ତେବେ ଆପଣ ଏଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ।

ଗାଜର ଘାସ :

ଏହି ଘାସର ନାମ ହେଉଛି ‘ଗାଜର ଘାସ’ । ଏହି ଘାସ ଖାଲି ଚାଷୀଙ୍କ ଫସଲକୁ ନଷ୍ଟ କରେ ନାହିଁ ବରଂ ମଣିଷଙ୍କ ପାଇଁ ବିପଜ୍ଜନକ ହୋଇଥାଏ । ଏହି ଗାଜର ଘାସ ପ୍ରାୟତଃ ଖାଲି ରହିଥିବା ପ୍ଲଟ୍, ରାସ୍ତା ସାଇଡ୍ ଏବଂ ରେଳ ଲାଇନରେ ଦେଖିବାକୁ ମିଳେ । ଏହି ଘାସ ଯେଉଁଠାରେ ହୁଏ ସଙ୍ଗେ ସଙ୍ଗେ ବିସ୍ତାର ହୋଇଯାଏ ।

କୃଷି ବିଶଜ୍ଞଙ୍କ ଅନୁଯାୟୀ, ଏହି ଘାସ ଏତେ ବିପଜ୍ଜନକ ଯେ ଏହାର ସଂସ୍ପର୍ଶରେ ଯିଏ ଆସନ୍ତି ତେବେ ତାଙ୍କୁ ସଙ୍ଗେ ସଙ୍ଗେ ଆଲର୍ଜି ହୋଇଯାଏ । ଏହା ସହ ଅନେକ ଚର୍ମ ସମ୍ବନ୍ଧୀୟ ରୋଗରେ ମଧ୍ୟ ପୀଡିତ ହୋଇଥାନ୍ତି । ଯଦି ଆପଣ ଏହାର ଅଧିକ ସଂସ୍ପର୍ଶରେ ରହୁଛନ୍ତି ତେବେ ଆପଣ ଆଜମା ଭଳି ଗୁରୁତର ରୋଗରେ ସମ୍ମୁଖୀନ ହେବେ । ଏହା ସହ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଗାଜର ଘାସ ଖାଲି ଫସଲକୁ ନଷ୍ଟକରେ ନାହିଁ ବରଂ ମଣିଷଙ୍କୁ ବିପଦରେ ପକାଇଥାଏ । ପଶୁମାନେ ମଧ୍ୟ ଏହାକୁ ଖାଆନ୍ତି ନାହିଁ ।

ଗାଜର ଘାସ ସାଧାରଣ ଭାବେ କଂଗ୍ରେସ ଘାସ ଏବଂ ବୈଜ୍ଞାନିକ ଭାଷାରେ ପାର୍ଟେନିୟମ ହିଷ୍ଟେରଫୋରସ୍ ନାମରେ ପରିଚିତ । ବୈଜ୍ଞାନିକ ଅନୁଯାୟୀ ଗାଜର ଘାସ ଉଦ୍ଭିଦରେ ପାର୍ଟେନିନ୍ ନାମକ ଏକ ବିଷାକ୍ତ ରାସାୟନିକ ପଦାର୍ଥ ରହିଛି । ଏହାର କାରଣ ହେଉଛି ଯେ କେହି ଏହାକୁ ସ୍ପର୍ଶ କରିବା ଉଚିତ୍ ନୁହେଁ । ଅର୍ଥାତ୍ ମଣିଷ ହେଉ କି ପଶୁ ଏହା ସମସ୍ତଙ୍କ ପାଇଁ ବିପଜ୍ଜନକ ହୋଇଥାଏ । ଏହି କାରଣରୁ ଆଲର୍ଜି, ଆଖି ମଳିବା, ଶରୀରରେ କଳା ଦାଗ ପଡିବା ଏବଂ ଫୁଲିବା, ଆଜମା, ଜ୍ୱର, ଚର୍ମ ରୋଗ ଭଳି ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ତେବେ ଆପଣ ଗାଜର ଘାସ ପ୍ରତି ସାବଧାନ ରହିବା ନିହାତି ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button