ଦେଶ ବିଦେଶ

ନୋଟିଫିକେସନ ଜାରି କଲା ୱାନ ନେଶନ-ୱାନ ଇଲେକ୍ସନ କମିଟି – bajravana

[ad_1]

ନୂଆଦିଲ୍ଲୀ: ୱାନ ନେଶନ-ୱାନ ଇଲେକ୍ସନ କମିଟିକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୮ ସଦସ୍ୟ ବିଶିଷ୍ଟ ଟିମ୍ ଗଠନ କରାଯାଇଛି ।

କମିଟି ଚେୟାରମ୍ୟାନ୍ ପୂର୍ବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରହିଛନ୍ତି । ସେହିପରି ସମିତି ସଦସ୍ୟଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ , କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ, ଅର୍ଥ କମିଶନର ପୂର୍ବ ଚେୟାରମ୍ୟାନ୍ ଏନକେ ସିଂହ, ସୁଭାସ ସିଂହ କଶ୍ୟପ, ହରିଶ ସାଲଭେ ଓ ସଞ୍ଜୟ କୋଠାରୀ ।

କମିଟିର ନାମ ଉଚ୍ଚସ୍ତରୀୟ ସମିତି ଏବଂ ଇଂରାଜୀରେ ଏଚଏଲସି କୁହାଯିବ । କମିଟି ବୈଠକରେ କେନ୍ଦ୍ର ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଉପସ୍ଥିତ ରହିବେ । ୱାନ ନେଶନ-ୱାନ ଇଲେକ୍ସନର ଅର୍ଥ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସହ ଅନୁଷ୍ଠିତ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button