ମୁମ୍ବାଇ ଡଙ୍ଗା ଟ୍ରାଜେଡି : ନିୟନ୍ତ୍ରଣ ହରାଇ ଫେରୀକୁ ଧକ୍କା ଦେଇଥିଲା ନୌସେନାର ସ୍ପିଡ ବୋଟ୍, କାହା ପାଖରେ ନଥିଲା ଲାଇଫ ଜ୍ୟାକେଟ୍
ମୁମ୍ବାଇ ଗେଟଓ୍ୱେ ଅଫ୍ ଇଣ୍ଡିଆ ପାଖରେ ହୋଇଥିବା ଡଙ୍ଗା ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକଙ୍କୁ ଉଦ୍ଧାର କରାଯାଇଛି । ନୌସେନା ତରଫରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି କି, ନୌସେନା ଜାହାଜର ଇଂଜିନ ପରୀକ୍ଷଣ ପାଇଁ ନିଆଯାଉଥିଲା । କିନ୍ତୁ ଏହାର ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ସ୍ପିଡ ବୋଟ୍ ଫେରିକୁ ଧକ୍କା ଦେଇଥିଲା ।
ଏହି ମାମଲାରେ ନୌସେନା ସ୍ପିଡ୍ ବୋଟ୍ ଡ୍ରାଇଭରଙ୍କ ବିରୋଧରେ ହେବ ଆକ୍ସନ୍ । ପୋଲିସ ନେଭି ଡ୍ରାଇଭରଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିଛି । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ନାଥାରାମ ଚୌଧୁରୀ ନୌସେନା ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଏହାକୁ ଆଧାର କରି କୋଲାବା ପୋଲିସ ମାମଲା ରୁଜୁ କରିଛି ।
ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ କହିବା ମୁତାବକ, ଫେରିବୋଟ୍ରେ କାହା ପାଖରେ ମଧ୍ୟ ଲାଇଫ୍ ସେଫ୍ ଜ୍ୟାକେଟ୍ ନଥିଲା । ତେଣୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ୨୦ରୁ ୨୫ ମିନିଟ୍ ପରେ ନୌସେନା ଉଦ୍ଧାର ପାଇଁ ଆସିଥିଲା।