ଦେଶ ବିଦେଶ

ସଂସଦରେ ପଡି ପ୍ରତାପ ଷଡ଼ଙ୍ଗୀ ଆହତ, ରାହୁଲ ଠେଲି ଦେଇଥିବା ଅଭିଯୋଗ

ସଂସଦ ଭବନରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ । ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି । ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଛି । ଆମ୍ବେଦକରଙ୍କ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସାଂସଦ ପରସ୍ପର ବିରୋଧରେ ପ୍ରତିବାଦ ବେଳେ ଆହତ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ରାହୁଲ ଗାନ୍ଧୀ ଧକ୍କା ଦେବାରୁ ଜଣେ ସାଂସଦ ତାଙ୍କ ଉପରେ ପଡ଼ିଯିବାରୁ ସେ ଆହତ ହୋଇଥିବା କହିଛନ୍ତି ।

ରାହୁଲ ଜଣେ ସାଂସଦଙ୍କୁ ଠେଲିଦେଲେ, ସେ ମୋ ଉପରେ ପଡ଼ିଗଲେ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ମୁଁ ତଳେ ପଡ଼ିଯିବାରୁ ମୋ ମୁଣ୍ଡରେ ଆଘାତ ଲାଗିଲା। ରାହୁଲ ଗାନ୍ଧୀ କହିଛନ୍ତି, ସଂସଦ ଭିତରକୁ ଯିବା ବେଳେ ବିଜେପି ସାଂସଦମାନେ ମତେ ଅଟକାଇଥିଲେ ।

ଧସ୍ତାଧସ୍ତି ସମୟରେ ଏପରି ହୋଇ ଥାଇପାରେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ । ବିଜେପି ସାଂସଦମାନେ ଆମକୁ ସଂସଦ ଭବନ ଯିବାକୁ ଅଟକାଇ ମକର ଦ୍ବାର ନିକଟରେ ଠେଲାପେଲା କରିଥିଲେ। ଖଡ଼ଗେ ଓ ପ୍ରିୟଙ୍କାଙ୍କ ସହ ଠେଲାପେଲା କରିଥିଲେ ବିଜେପି ସାଂସଦ।

Related Articles

Leave a Reply

Your email address will not be published. Required fields are marked *

Back to top button