ଦେଶ ବିଦେଶ

ଶିମଲାରେ ପୁଣି ଭୂସ୍ଖଳନ : ଗଲାଣି ୫୫ ଜୀବନ – bajravana

[ad_1]

ନୂଆଦିଲ୍ଲୀ : ଶିମଲାରେ ଭୂସ୍ଖଳନ ଯୋଗୁଁ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଛି । ଲାଲପାଣି ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ପ୍ରାୟ ୫ଟି ଘରି ଭୁଶୁଡି ପଡ଼ିଛି । ଘରଗୁଡିକ ଭୁଶୁଡ଼ିବା ପରେ ଏହାର ଭଗ୍ନାଂବଶେଷ ପଡି ଆଶ୍ରୟ ଗୃହ ମଧ୍ୟ ନଷ୍ଟ ହୋଇଛି । ଏକ ବଡ଼ ଗଛ ପଡ଼ିବା ପରେ ଏହି ଦୁର୍ଘଟଣା ଘଟିଥିଲା । ପ୍ରଥମେ ଗଛଟି ଘରଗୁଡିକ ଉପରେ ପଡ଼ିଥିଲା । ଏହାପରେ ଘରଗୁଡିକର ଗୋଟିଏ ପରେ ଗୋଟିଏ ଭୁଶୁଡିବା ଆରମ୍ଭ ହୋଇଥିଲା । ଅନେକ ଏଥିରେ ଫସି ରହିଥିବା ଆଶଂକା କରାଯାଉଛି । ଭୂସ୍ଖଳନ ଘଟଣା ପରେ ପୋଲିସ ଏବଂ ପ୍ରଶାସନ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଛି । ସହରରେ ଲଗାତାର ଭୂସ୍ଖଳନ ଘଟଣା ଯୋଗୁଁ ଲୋକେ ଭୟରେ ଜୀବନ ବିତାଉଛନ୍ତି । ଗତ ତିନି ଦିନରୁ ଶିମଲାରେ ଜାରି ଥିବା ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୮୦ରୁ ଅଧିକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ।

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ବର୍ତ୍ତମାନ ସୁଦ୍ଧା ଅତି କମରେ ୫୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଂକା ପ୍ରକାଶ କରିଥିଲେ । ରାଜ୍ୟର ସୋଲନ, ଶିମଲା, ମଣ୍ଡି ଏବଂ ହମୀରପୁର ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରେ ସାମିଲ ରହିଛି । ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ଯୁଦ୍ଧ ସ୍ତରରେ କରାଯାଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କ ଆଲୋଚନା କରି କେନ୍ଦ୍ରରୁ ସବୁ ସମ୍ଭବ ସହଯୋଗର ଭରସା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button