ସ୍ୱାସ୍ଥ୍ୟ

ହାଇ BP ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 4ଟି ଜିନିଷ, ନହେଲେ ଭୋଗିବେ ଭୟଙ୍କର ପରିଣାମ

ନମସ୍କାର ବନ୍ଧୁଗଣ ଆମ ସ୍ବାସ୍ଥ୍ୟ ପାଇଁ ସୁସ୍ଥ ରହିବା ନିହାତି ଆବଶ୍ୟକ ହୋଇଥାଏ । ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ ଏକ ବଡ଼ ସମସ୍ୟା ଯାହା ଧୀରେ ଧୀରେ ମଣିଷକୁ ନିଜର ବସରେ କରିନେଇଥାଏ । ଏହାର କୌଣସି ବିଶେଷ ଲକ୍ଷଣ ଦେଖିବାକୁ ମିଳେନାହିଁ । ବହୁତ ସମୟରେ ହାର୍ଟ ସମ୍ବନ୍ଧିତ ସମସ୍ୟା ମଧ୍ୟ ଏହି ଉଚ୍ଚ ରକ୍ତଚାପ କାରଣରୁ ସୃଷ୍ଟି ହୋଇଥାଏ । ଯଦି ଆପଣ ସୁସ୍ଥ ରହିବା ସହ ନିଜର ରକ୍ତଚାପ କୁ କଣ୍ଟ୍ରୋଲ କରିବେ ତେବେ ଆପଣଙ୍କୁ କୌଣସି ମେଡିସିନ ର ଆବଶ୍ୟକତା ପଡ଼ିବ ନାହିଁ ।

ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ବିଶେଷ ନିୟମ ଆଣିଛୁ ଯାହା ଆପଣ ଜାଣିବା ନିହାତି ଆବଶ୍ୟକ । କାରଣ ଏହା ଦ୍ବାରା ଆପଣ ନିଜର ରକ୍ତଚାପ କୁ ନିୟନ୍ତ୍ରଣ କରିପାରିବେ । ତେବେ ବନ୍ଧୁଗଣ ଆପଣଙ୍କୁ ଯଦି ଉଚ୍ଚ ରକ୍ତଚାପ ର ସମସ୍ୟା ରହିଅଛି ଆମେ କହିବାକୁ ଯାଉଥିବା ଜିନିଷ ଭୁଲରେ ବି ଖାଆନ୍ତୁ ନାହିଁ ।

୧:- ଯଦି ଆପଣ ବଜାରରେ ମିଳୁଥିବା ଚିପ୍ସ ଆଦି ଖାଆନ୍ତୁ ନାହିଁ । ଏବଂ ନିଜ ଖାଦ୍ୟରେ ଲୁଣର ପରିମାଣକୁ କମ କରିଦିଅନ୍ତୁ । ଲୁଣ ର ପରିମାଣ କମାଇବା ଦ୍ୱାରା ଉଚ୍ଚ ରକ୍ତଚାପ କୁ ମଧ୍ୟ ନିୟନ୍ତ୍ରଣ କରିପାରିବେ ।

୨:- ଯଦି ଆପଣ ମଦ୍ୟପାନ, ଧୁମ୍ରପାନ ଇତ୍ୟାଦି କରୁଛନ୍ତି ତେବେ ଏହାକୁ ଆଜିଠାରୁ ହିଁ ଛାଡ଼ିଦିଅନ୍ତୁ । ଏହା ରକ୍ତଚାପ ର ସମସ୍ୟାକୁ ବୃଦ୍ଧି କରିଥାଏ । ତେଣୁ ଏହା ଠାରୁ ଦୂରେଇ ରହିବା ଆବଶ୍ୟକ । ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏବଂ ଅସ୍ଥାୟୀ ଭାବରେ ରକ୍ତଚାପ କୁ ବୃଦ୍ଧି କରାଇଥାଏ ।

୩:- ଯଦି ଆପଣ ଟମାଟୋ ସସ୍ ବା ଫୃଟ ଜାମ ର ବ୍ୟବହାର ନିଜର ଖାଦ୍ୟରେ କରୁଛନ୍ତି ତେବେ ଏହାକୁ ଆଜିଠାରୁ ଖାଇବା ବନ୍ଦ କରିଦିଅନ୍ତୁ । ଏହାର ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ବଢିବାର ସମ୍ଭାବନା ରହିଛି । ଯଦି ଆପଣଙ୍କ ଖାଦ୍ୟରେ ଭିଟାମିନ ଡି ର ଅଭାବ ରହିଥାଏ ତେବେ ମଧ୍ୟ ରକ୍ତଚାପ ବୃଦ୍ଧି ହୋଇପାରେ ।

୪:- ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ମାନଙ୍କୁ କଫି ପିଇବା ଉଚିତ ହୋଇନଥାଏ । କାରଣ ଏହି ବ୍ୟକ୍ତି ମାନଙ୍କୁ କଫିନ ଖାଇବା ପୁରାପୁରି ମନା ଏବଂ କଫି ରେ ଏହା ଭରପୁର ମାତ୍ରାରେ ରହିଥାଏ ତେଣୁ ଆପଣ କଫି ଠାରୁ ଦୂରେଇ ରହିବା ଉଚିତ । ତେବେ ବନ୍ଧୁଗଣ ସୁସ୍ଥ ରହିବ ଆମ ଶରୀର ପାଇଁ ନିହାତି ଆବଶ୍ୟକ । ଆପଣ ସୁସ୍ଥ ରୁହନ୍ତୁ ଏବଂ ଅନ୍ୟ ମାନଙ୍କ ସହ ଏହି ପୋଷ୍ଟ ସେୟାର କରି ତାଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button