ରାଜନୀତି

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଇସିୟୁରେ ଭର୍ତ୍ତି, ଅବସ୍ଥା ସ୍ଥିର

ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ହସପିଟାଲରେ ବରିଷ୍ଠ ଡାକ୍ତର ବିନୀତ ସୁରୀ କରିଛନ୍ତି । ତେବେ କେଉଁ କାରଣ ଯୋଗୁଁ ଆଇସିୟୁରେ ଭର୍ତ୍ତି କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ତେବେ ରୁଟିନ୍ ଚେକଅପ୍ ପାଇଁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ଦୁଇ ସପ୍ତାହ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲା ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ମାସରେ ମଧ୍ୟ ଆଡଭାନୀଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ସେ ବରିଷ୍ଠ ନ୍ୟୁରୋଲୋଜି ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ୱାବଧାନରେ ରହିଥିଲେ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

ଏହାର ଏକ ମାସ ପୂର୍ବରୁ ଜୁନ୍ ୨୬ ତାରିଖ ରାତି ୧୦ଟା ୩୦ରେ ତାଙ୍କୁ ଦିଲ୍ଲୀ ଏମ୍ସର ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା । ଏହାର ପରଦିନ ସେ ଡିସଚାର୍ଜ ହୋଇଥିଲେ ।

ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମ ୧୯୨୭ ନଭେମ୍ବର ୮ରେ କରାଚି (ବର୍ତ୍ତମାନ ପାକିସ୍ତାନରେ)ରେ ହୋଇଥିଲା । ଗତ ନଭେମ୍ବର ୮ରେ ସେ ନିଜର ୯୮ତମ ଜନ୍ମଦିନ ପାଳନ କରିଥିଲେ । ତେବେ ଗତ ୪-୫ ମାସ ଭିତରେ ସେ ପାଖାପାଖି ୪ ଥର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ବାରମ୍ବାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ସେ ୧୯୮୬ରୁ ୧୯୯୦ ପରେ ୧୯୯୩ରୁ ୧୯୯୮ ଏବଂ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ । ୨୦୦୯ ଲୋକସଭା ନିର୍ବାଚନ ବେଳେ ବିଜେପି ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରିଥିଲା । କିନ୍ତୁ ପାର୍ଟି ପରାଜୟ ଯୋଗୁଁ ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ । ମାର୍ଚ୍ଚ, ୨୦୨୪ରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଦ୍ବାରା ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା ।

 

Related Articles

Leave a Reply

Your email address will not be published. Required fields are marked *

Back to top button