ଦେଶ ବିଦେଶ

ଏଡିଟିଂ ଟେବୁଲରେ ‘ରାକେଟ୍

କସ୍ତୁରୀ’ ଓ ‘ଲାଇଫ୍ ପାର୍ଟନର୍’ର ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି ତାଙ୍କ ନୂଆ ସିନେମା ‘ରାକେଟ୍’ର ଏଡିଟିଂରେ ବ୍ୟସ୍ତ ଅଛନ୍ତି। ଏହାର ତିନିଟି ଗୀତର ସୁଟିଂକୁ ବାଦ୍ ଦେଲେ ଅବଶିଷ୍ଟ ସୁଟିଂ ସରିଛି। ‘ରାକେଟ୍’ର ମୁଖ୍ୟ କଳାକାରମାନେ ହେଲେ ଦୁଷ୍ମନ୍ତ, ନମ୍ରତା ଥାପ୍ପା, ଅର୍ଲିନ ଅଙ୍କିତା, ହେମନ୍ତ ପାତ୍ର, ପୃଥ୍ବୀରାଜ, ସ୍ମୃତିରଞ୍ଜନ ମହାନ୍ତି (ନଟିଆ), ଡିସ୍କୋ ରେଡ୍ଡି ଓ ରାଜଶ୍ରୀ ବେହେରା।

ଶ୍ରୀ ମୋସନ ପିକଚର୍ସ ବ୍ୟାନରରେ ନିର୍ମାଣାଧୀନ ଏହି ସିନେମାର ପ୍ରଯୋଜକ ହେଲେ ଶ୍ରୀଲେଖା ପଣ୍ଡା ଓ ହେମନ୍ତ ପାତ୍ର। ଆର୍ ଭଗତ ସିଂହ ଏହାର ସିନେମାଟୋଗ୍ରାଫର୍। ସନ୍ତୋଷ ଦଳେଇ ଏହାର କଷ୍ଟ୍ୟୁମ୍ ଦାୟିତ୍ବରେ ଥିବାବେଳେ କାହ୍ନା ଏହାର ମେକ୍‌ଅପ୍ ମ୍ୟାନ୍।
‘ରାକେଟ୍’ର ସଂଳାପ ରଚନା କରିଛନ୍ତି ବିଜୟ ମଲ୍ଲ। ପ୍ରେମ ଆନନ୍ଦ ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଓ ବସନ୍ତରାଜ ସାମଲ ଗୀତ ରଚନା କରିଛନ୍ତି। ‘ରାକେଟ୍’ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button