ଓଡିଶା

ମାଆମାନଙ୍କୁ ନେତୃତ୍ୱ ନେବାକୁ ପଡ଼ିବ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ – bajravana

[ad_1]

ଆମ ଓଡ଼ିଶା ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ‘ସମ୍ବାଦ ଓଡ଼ିଶା୫୦’

ଭୁବନେଶ୍ୱର: ସ୍ବାଭିମାନ ଓ ସ୍ବାବଲମ୍ବନ ବିନା ସମାଜ ଆଗେଇପାରିବ ନାହିଁ। ପ୍ରଧାନମନ୍ତ୍ରୀ ଦେଶର ବିକାଶ ଓ ଗ୍ରାମାଞ୍ଚଳର ବିକାଶକୁ ଫୋକସ୍ କରିଛନ୍ତି। ଆଗାମୀ ଦୁଇ ବର୍ଷ ଭିତରେ ଗାଁରେ ଅପ୍ଟିକାଲ୍ ଫାଇବର୍ ସଂଯୋଗ ହେବ। ଏହା ମାଧ୍ୟମରେ ୫ଜି ଆସିବ, ଆଗାମୀ ଦିନରେ ୬ଜି ଆସିବ। ତେଣୁ ଓଡ଼ିଶାର ମାଆମାନେ ସ୍ୱପ୍ନ ଦେଖିବା ଦରକାର। ଭୁବନେଶ୍ୱରରେ ଆମ ଓଡ଼ିଶା ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହୋଇଛି ‘ସମ୍ବାଦ ଓଡ଼ିଶା୫୦’ର ତୃତୀୟ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ସଂଶାଧନର ଅଭାବ ନାହିଁ, ବୁଦ୍ଧିମତାର ଅଭାବ ନାହିଁ। ହେଲେ ଆମକୁ ଦାୟିତ୍ୱ ନେବାକୁ ପଡ଼ିବ, ସଚେତନତା ବଢାଇବାକୁ ପଡ଼ିବ। ଆଜି ଇନଷ୍ଟିଚ୍ୟୁସନାଲ ଡେଲିଭରି ପାଇଁ ସବୁ ବ୍ୟବସ୍ଥା ଅଛି, କିନ୍ତୁ ତା ପାଇଁ ଦାୟିତ୍ୱ ନେବାକୁ ପଡ଼ିବ। ଓଡ଼ିଶାକୁ ଠିକ୍ ନକଲେ, ଦେଶ ଠିକ୍ ହେଇପାରିବନି। ଆଉ କିଛି ବର୍ଷ ପରେ ଓଡ଼ିଶାକୁ ଶହେ ବର୍ଷ ପୂରିବ, ତେଣୁ ମାଆମାନଙ୍କୁ ନେତୃତ୍ୱ ନେବାକୁ ପଡ଼ିବ। ଓଡ଼ିଶାର ସ୍ଥିତି ଭଲ ନାହିଁ।  ମାଆମାନେ ଦାୟିତ୍ୱ ନେଲେ, ଘରର ଛୁଆ ସୁସ୍ଥ ହେବ ଆଉ ସେହି ଛୁଆ ଓଡ଼ିଶାକୁ ପରିବର୍ତ୍ତନ କରିବ। ଆଗାମୀ ଦିନରେ ମାତୃଶକ୍ତି ଗୋଟିଏ ବଡ଼ ସ୍ଥାନକୁ ଯିବେ।
ଏହି କାର୍ଯ୍ୟକ୍ରମରେ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସଂପାଦକ ସ୍ବରାଜ ମିଶ୍ର, ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ଓ ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button