ପକ୍ଷୀ ପ୍ରେମ ଓ ସମାଜସେବା ସତ୍ୟଙ୍କ ବ୍ରତ
ମାଲକାନଗିରି ଜିଲ୍ଲାର ସତ୍ୟ ନାରାୟଣ ପଣ୍ଡା। ପକ୍ଷୀ ପ୍ରେମୀ ଓ ସମାଜସେବା ପାଇଁ ସେ ବେଶ ପରିଚିତ। ଜିଲ୍ଲାରେ ଆଗଧାଡିର ସମାଜସେବୀମାନଙ୍କ ମଧ୍ୟରୁ ସତ୍ୟଙ୍କୁ ଲୋକେ ମନେ ପକାନ୍ତି। ଗରିବ,ନିଷ୍ପେସିତ ତଥା ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇବା ସହ ବିଭିନ୍ନ ବିଷୟରେ ସମସ୍ୟା ଭୋଗୁଥିବା ଲୋକଙ୍କୁ ଉଚିତ ବାଟ ଦେଖାନ୍ତି।
ସମାଜସେବା ପାଇଁ ସତ୍ୟ ଯେତେ ପରିଚିତ ପକ୍ଷୀ ପ୍ରେମୀ ଭାବେ ମଧ୍ୟ ସେତେ ପରିଚିତ।ସକାଳ ହେବା ମାତ୍ରେ ସତ୍ୟ ପକ୍ଷୀଙ୍କୁ ଖାଦ୍ୟ ବାଣ୍ଟନ୍ମାନବ ସେବା ହିଁ ମାଧବଙ୍କ ସେବା ବୋଲି ସେ କୁହନ୍ତି। ପକ୍ଷୀର ମଧ୍ୟ ଜୀବନ ରହିଛି।ସେ ମଧ୍ୟ ବଞ୍ଚିବା ପାଇଁ ଖାଦ୍ୟ ଚାହୁଁଛି। ତେଣୁ ଯଦି ପ୍ରତ୍ୟେକ ମଣିଷ ନିଜ ନିଜ ଉଦ୍ୟମରେ ଯଦି ନିରୀହ ଜୀବଜନ୍ତୁଙ୍କ ପ୍ରତି ଦୟା କରନ୍ତି ତେବେ କଥା କହିପାରୁନଥିବା ଏହି ଜୀବଜନ୍ତୁ ବଞ୍ଚିଯାନ୍ତେ ବୋଲି ସେ କହନ୍ତି। ହିଂସା,କପଟ ଏବଂ ଗୃଣା କରୁଥିବା ମଣିଷକୁ ସେ ସତ୍ମାର୍ଗକୁ ଆଣିବାକୁ ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି।
ତାଙ୍କ ନିକଟରେ ଯେ କୌଣସି ଗରିବ ଲୋକ ପହଞ୍ଚିଯାନ୍ତି,ସେ ତୁରନ୍ତ ସମୟ ନଷ୍ଟ ନକରି ତାଙ୍କୁ ସହଯୋଗ କରନ୍ତି।ଯାହା ତାଙ୍କର ସବୁଠାରୁ ଭଲ ଗୁଣ ବୋଲି ଲୋକେ କହନ୍ତି। ତେବେ ସମାଜସେବା ସହ ପକ୍ଷୀ ପ୍ରେମ ତାଙ୍କୁ ଆଜି ଜିଲ୍ଲାରେ ବେଶ ଲୋକପ୍ରିୟ କରିଛି।