ଦେଶ ବିଦେଶ

କଳା ଯାଇ କେଉଁ ସ୍ଥାନରେ ଥିଲେ ହୁଏ ନାହିଁ ଧନର ଅଭାବ…

ବନ୍ଧୁଗଣ ଶରୀରରେ ନାଲି ଚିହ୍ନ ଥିଲେ ତାହାକୁ ନାଲିଯାଇ ବୋଲି କୁହାଯାଇଥାଏ । ଶରୀରରେ କଳା ଚିହ୍ନ ରହିଥିଲେ ତାହାକୁ କଳାଜାଇ ବୋଲି କୁହାଯାଇଥାଏ । ତେବେ ସାମୁଦ୍ରିକ ଶାସ୍ତ୍ରରେ କଳାଜାଇର ଭିନ୍ନ ଭିନ୍ନ ମହତ୍ଵ ରହିଛି । ଶରୀରର କେଉଁ ସ୍ଥାନରେ କଳାଜାଇ ରହିବା ଦ୍ଵାରା କଣ ସବୁ ସଂକେତ ମିଳିଥାଏ ଚାଲନ୍ତୁ ସାମୁଦ୍ରିକ କଥାବସ୍ତୁ ଅନୁଯାଇ ଜାଣିବା ।

1- ପୁରୁଷ ମାନଙ୍କ ଡାହାଣ ଓ ନାରୀ ମାନଙ୍କର ବାମ ପଟ ମଥାରେ କଳାଜାଇ ରହିଥିଲେ । ସେହି ଲୋକଙ୍କ ପାଖରେ କେବେବି ଧନର ଅଭାବ ହୋଇନଥାଏ ।

2- କପାଳର ମଧ୍ୟ ଭାଗରେ କଳାଜାଇ ରହିଥିଲେ । ସେ ପୁଅ ହେଉ ଅବା ଝିଅ ହେଉ । ତାହାକୁ ବହୁତ ଶୁଭ ବୋଲି ମାନାଯାଇଥାଏ । ସେହି ବ୍ୟକ୍ତି ବହୁତ ଭଲ ସ୍ଵଭାବର ହୋଇଥାନ୍ତି ।

3- ଯଦି ନାରୀ ମାନଙ୍କର ଡାହାଣ ପଟେ ଓ ପୁରୁଷ ମାନଙ୍କର ବାମ ପଟେ ମଥାରେ କଳାଜାଇ ରହିଥାଏ । ତେବେ ସେମାନେ ବହୁତ ଖର୍ଚୀ ସ୍ଵଭାବର ହୋଇଥାନ୍ତି ।

4- ଯଦି ନାରୀ ମାନଙ୍କର ବାମ ପଟ ଆଖିର ଭିତରେ କଳାଜାଇ ରହିଥାଏ । ତାହାକୁ ବହୁତ ଶୁଭ ବୋଲି ମାନାଯାଇଥାଏ । ହେଲେ ଯଦି ମହିଳାର ଡାହାଣ ପଟ ଆଖିର ଭିତରେ କଳାଜାଇ ହୋଇଥାଏ ତାହାକୁ ଶୁଭ ମାନାଯାଇନଥାଏ ।

5- ପୁରୁଷ ହେଉ ଅବା ନାରୀ ଯଦି ତାଙ୍କ ନାକର ଅଗ୍ର ଭାଗରେ କଳାଜାଇ ରହିଥାଏ । ତେବେ ସେମାନେ ପ୍ରତ୍ଯେକଟି କାର୍ଯ୍ୟକୁ ଏକାଗ୍ରତାର ସହ ମନ ଧ୍ୟାନ ଲଗାଇ କରିଥାନ୍ତି । ହେଲେ ସେମାନେ ବହୁତ ଜିଦଖୋର ସ୍ଵଭାବର ହୋଇଥାନ୍ତି ।

 

6- ପୁଅ ହେଉ ଅବା ଝିଅ ଯଦି ଓଠ ପାଖରେ କଳାଜାଇ ରହିଥାଏ । ତେବେ ସେମାନେ ଅଧିକ ସମୟ ଶୋଇବାକୁ ଭଲ ପାଇଥାନ୍ତି । ଏଥିସହ ସେମାନେ ବହୁତ ବିଳାସ ବ୍ୟାସନ କରିବାକୁ ମଧ୍ୟ ଅଧିକ ପସନ୍ଦ କରିଥାନ୍ତି ।

7- ପୁରୁଷ ହେଉ ଅବା ନାରୀ ନାକର ଦହନ ପଟେ କଳାଜାଇ ରହିଥିଲେ । ସେମାନଙ୍କ ଜୀବନରେ ବହୁତ ସଂଘର୍ଷ ରହିଥାଏ ।

8- ନାରୀର ବାମ ଗାଲରେ ଯଦି କଳାଜାଇ ରହିଥାଏ । ତେବେ ତାହାକୁ ଶୁଭ ମାନାଯିବା ସହ ସେମାନଙ୍କର ବୈବାହିକ ଜୀବନ ବହୁତ ଭଲ ରହିଥାଏ । ହେଲେ ନାରୀର ଡାହାଣ ପଟ ଗାଲରେ କଳାଜାଇ ରହିଥିଲେ । ସେମାନେ ରୋଗଗ୍ରସ୍ତ ହୋଇଥାନ୍ତି ।

9- ପୁରୁଷ ହେଉ ଅବା ନାରୀ ଯଦି ତାଙ୍କ ଓଠ ର ତଳ ଭାଗରେ କଳାଜାଇ ରହିଥାଏ । ସେମାନେ ପ୍ରେମରେ ନିଜ ପାର୍ଟନର ପ୍ରତି ବହୁତ ଶୀଘ୍ର ଆକର୍ଷିତ ହୋଇଯାଇଥାନ୍ତି ।

10- ପୁରୁଷ ହେଉ ଅବା ନାରୀ ଯଦି ଆଖି ପତାରେ କଳାଜାଇ ରହିଥାଏ । ଏମାନେ ଭ୍ରମଣ କରିବାକୁ ଭଲ ପାଇଥାନ୍ତି । ଏମାନଙ୍କର ଦୂରଦ୍ରୁଷ୍ଟି ଭଲ ରହିଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button