ମନୋରଞ୍ଜନ

ଇନଷ୍ଟାରେ ୭ମିଲିୟନ ଲାଇକ୍ସ ପାଇ ରେକର୍ଡ ସୃଷ୍ଟି କଲା ‘ପୁଷ୍ପା-୨ : ଦି ରୁଲ୍’ର ଫାର୍ଷ୍ଟ ଲୁକ୍ – bajravana

[ad_1]

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨ : ଦି ରୁଲ୍’ର ଫାର୍ଷ୍ଟ ଲୁକ୍ ରିଲିଜ୍ ହୋଇଛି। ରିଲିଜ୍ ପରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ କେବଳ ଇନଷ୍ଟାଗ୍ରାମରେ ଏହାକୁ ୭ ମିଲିୟନ୍ ଲାଇକ୍ ମିଳିଛି।

ଆଇକନ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଫାର୍ଷ୍ଟ ଲୁକ୍ ପୋଷ୍ଟର ସାମ୍ନାକୁ ଆସିଛି, ଯେଉଁଥିରେ ସେ ପୁଷ୍ପରାଜ ଭୂମିକାରେ ନଜର ଆସିଛନ୍ତି।

ଏହି ଖବରକୁ ସୋସିଆଲ ମିଡିଆରେ ‘ମୈତ୍ରୀ ମୁଭି ମେକର୍ସ’ ପକ୍ଷରୁ ସେୟାର କରାଯାଇଛି। ଏଥିରେ ଦାବି କରାଯାଇଛି କି  ଇନଷ୍ଟାଗ୍ରାମରେ ୭ ମିଲି୍ୟନ୍ ଲାଇକ ପାଇଥିବା ପ୍ରଥମ ଭାରତୀୟ ଫାର୍ଷ୍ଟ ଲୁକ୍ ପୋଷ୍ଟର ମାନ୍ୟତତା ପାଇଛି ଅର୍ଜୁନଙ୍କ ‘ପୁଷ୍ପା ୨ : ଦି ରୁଲ୍’।

ଗତ ମାସରେ ଦର୍ଶକଙ୍କ ଉତ୍କଣ୍ଠାକୁ ଦେଖି ଅର୍ଜୁନ ଏକ ଇଭେଣ୍ଟରେ ‘ପୁଷ୍ପା-୨: ଦି ରୁଲ୍’ର ଏକ ସଂଳାପ ପ୍ରକାଶ କରିଥିଲେ। ଏହାପରେ  ଅଲ୍ଲୁ ଅର୍ଜୁନ ଫିଲ୍ମର ଏହି ସଂଳାପକୁ ନିଜ ଶୈଳୀରେ ଉପସ୍ଥାପନ କରିଥିଲେ, ଯାହା ଦର୍ଶକଙ୍କ ମନମୋହିଥିଲା।

ଏହାର ପ୍ରଥମ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ନାହିଁ ନଥିବା ସଫଳତା ପାଇବା ପରେ ପ୍ରଯୋଜକ-ନିର୍ଦ୍ଦେଶକ ଏହାର ସିକ୍ବେଲ୍ ନିର୍ମାଣ କରିଛନ୍ତି।  ଆନ୍ଧ୍ରପ୍ରଦେଶର ଚିତ୍ତୁର ଶେଷାଚଳମ୍ ପାହାଡ଼ରେ ବଢୁଥିବା ଲାଲ ଚନ୍ଦନ କାଠ ଚୋରା ଚାଲାଣ ସିଣ୍ଡିକେଟର କୁଲି ପୁଷ୍ପରାଜ (ଅଲ୍ଲୁ ଅର୍ଜୁନ) କିଭଳି ଡନ୍ ପାଲଟିଛି ତାହା ଏଥିରେ ପ୍ରଦର୍ଶିତ ହୋଇଛି।

ସୁକୁମାରଙ୍କ ନିର୍ଦ୍ଦେଶିତ ‘ପୁଷ୍ପା-୨: ଦିରୁଲ’ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫହାଦ ଫସିଲ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମର ପ୍ରୟୋଜନା କରିଛନ୍ତି ମୈତ୍ରି ମୁଭି ମେକର୍ସ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button