ଓଡିଶା

କରଜ ସୁଝି ନପାରି ଆତ୍ମହତ୍ୟା କଲେ ଅଟୋ ଚାଳକ, କ୍ଷତିପୂରଣ ଦାବି କଲେ ପରିବାର ଲୋକେ

କୋଣାର୍କ, ୧୧/୧୧: କରଜ ସୁଝି ନପାରି ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଅଟୋ ଚାଳକ । କୋଣାର୍କ-କାକଟପୁର ମୁଖ୍ୟ ରାସ୍ତାର ଏନଏସି ପାର୍କ ନିକଟସ୍ଥ ଏକ ଅର୍ଦ୍ଧ ନିର୍ମିତ ଘରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ କୋଣାର୍କ ପୋଲିସ ତଦନ୍ତ କରୁଛି । ମୃତକ କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମର ପ୍ରଦିପ୍ତ ମହାପାତ୍ର (୫୧) ବୋଲି ଜଣାପଡ଼ିଛି ।

ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି ।

ସୂଚନା ମୁତାବକ, ଦୀର୍ଘ ଦିନ ହେବ ଲକ୍ଷ ଲକ୍ଷ ଟଙ୍କାର କରଜ କରିଥିଲେ ପ୍ରଦିପ୍ତ । କରଜ ସୁଝି ନପାରି ଚିନ୍ତାରେ ଥିଲେ । ଚିନ୍ତାଗ୍ରସ୍ତ ଅବସ୍ଥାରେ ରବିବାର ରାତିରେ ନିଜ ଗାମୁଛାକୁ ଚିରି ବେକରେ ଗୁଡ଼ାଇ ଆତ୍ମହତ୍ୟା କରିଥିଲେ । ଏହା ଦେଖି ତାଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କୋଣାର୍କ ପୋଲିସର ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପହଞ୍ଚି ଥିଲେ । ସେଠାରେ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । ଏହା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛନ୍ତି । ତେବେ ମୃତ ବ୍ୟକ୍ତିଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଗୋଟିଏ ଛୋଟ ପୁଅ ଅଛନ୍ତି । ଏହି ଘଟଣାରେ ତାଙ୍କ ସ୍ତ୍ରୀ ଭାଙ୍ଗି ପଡ଼ିଛନ୍ତି । ଏହି କାରଣରୁ ଅଟୋ ଚାଳକଙ୍କ ପକ୍ଷରୁ ସୋମବାର କୋଣାର୍କରେ ଅଟୋ ଚଳାଚଳ ବନ୍ଦ କରିବା ସହ କ୍ଷତିପୂରଣ ଦାବି କରାଯାଇଛି । ଏହାକୁ ପୂର୍ବତନ ସରପଞ୍ଚ ଓ ମୃତକଙ୍କ ପରିବାର ସମର୍ଥନ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button